ଚକ ଉପରେ ମୁହାଁଟ ଓ ଦଣ୍ଡା ତିନିରଥରେ ଲଗାଯାଇଛିଚକ ଉପରେ ମୁହାଁଟ ଓ ଦଣ୍ଡା ତିନିରଥରେ ଲଗାଯାଇଛି

Spread the love

ପୁରୀ, ୩୧/୦୫/୨୦ (ସନ୍ଧାନ ନିଉଜ) : ସ୍ନାନଯାତ୍ରା ଆଉ ୪ଦିନ ବାକି ଥିବାବେଳେ ଏବେ ରଥଖଳା ବେଶ ଚଳଚଂଚଳ ହୋଇଉଠିଛି। ଗତକାଲି ପରମ୍ପରା ଅନୁଯାୟୀ ତିନିରଥରେ ୨୧ଟି ଅଖ ସହ ୪୨ଟି ଚକ ସଂଯୋଗ କରାଯାଇଥିଲା। ଆଜି ଚକ ଉପରେ ମୁହାଁଟ ଓ ଦଣ୍ଡା ତିନିରଥରେ ଲଗାଯାଇଛି। ଅନ୍ୟପକ୍ଷରେ ପରମ୍ପରା ଅନୁଯାୟୀ ସ୍ନାନପୂର୍ଣ୍ଣମୀ ଦିନ ତିନିରଥରେ ଚାରିନାହାକା ଉଠିବାର ବିଧି ରହିଥିବାରୁ ସେଥିପାଇଁ ଏବେ ମହାରଣା ଓ ଭୋଇ ସେବାୟତମାନେ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟାନ୍ୟ କାମ ମଧ୍ୟରେ ମହାରଣାମାନେ ଭୂଇଁ ଚଉଡା କାଠରେ ସାଲ ସହ ସେଥିରେ ବିନ୍ଧ କରୁଛନ୍ତି। ରୂପକାରମାନେ ନାଟଗୋଡରେ ରାହୁମୂର୍ତି ଖୋଦେଇ କରୁଛନ୍ତି। ସେହିପରି ତିନିରଥ ପାଇଁ ଦଣ୍ଡା ପ୍ରସ୍ତୁତ କରାଯାଉଛି।

Related Posts

About The Author

Add Comment