ଚଂଚକତା କରି ଜମି ବିକ୍ରୀ କରାଯାଇଥିବା ଅଭିଯୋଗ

Spread the love

କୋରାପୁଟ ; ୯/୫ (ସନ୍ଧାନ ନିୟୁଜ) କୋରାପୁଟ ତହସିଲରେ ଥିବା ଏକ ଜମିକୁ ଚଂଚକତା କରି ବିକ୍ରୀ କରାଯାଇଥିବା ଏକ ଗୁରୁତର ଅଭିଯୋଗ ଆସିଛି ।ମାଳିଗୁଡା ଗ୍ରାମର ପାକୁଳ ଗୈାଡଙ୍କ ବାପା ନାରାୟଣ ଗୈାଡ ଓ ଦାଦା ଯଦୁ ଗୈାଡଙ୍କ ନାମରେ କୋରାପୁଟ ତହସିଲ ଖାତା ନମ୍ବର ୧୫ ଓ ମୈାଜା ଗୁଞରଗୁଡାରେ ୮ ଏକର ୯୬ ସେଂଟ ଜମି ରହିଛି । କୋରାପୁଟ ସହରର କିଛି ବ୍ୟକ୍ତି ଆମ୍ଭଗ୍ରାମକୁ ଆସି ଅନ୍ୟ ଗୋଟିଏ ଜମି ତୁମ୍ଭର ରହିଛି ବୋଲି କହିଥିଲେ ଓ କୋରାପୁଟ ତହସିଲକୁ ଆସିବାକୁ କହିଥିଲେ ବୋଲି ପାକୁଳ ଗୈାଡ ଅଭିଯୋଗ କରିଥିଲେ ।ଏହାପରେ ପରିବାର ଲୋକେ କୋରାପୁଟ ତହସିଲକୁ ଆସି ଫୋଟୋ ଉଠାଇବା ସହ ଟିପ ଚିହ୍ନ ଦେଇଥିଲେ ।ଯାଇଥିବା ପରିବାରର ପ୍ରତ୍ୟେକଙ୍କୁ ହାଜିରା ଖର୍ଚ୍ଚ ବାବଦରେ ୧ ହଜାର ଟଙ୍କା କୋରାପୁଟ ସହରର ଅମିତ ପ୍ରାତ୍ର ପ୍ରଦାନ କରିଥିଲେ ବୋଲି ସେ ସୂଚନା ଦେଇଥିଲେ । କିଛିଦିନ ପରେ ଆମ୍ଭ ଜମିରେ ଏକ ମେସିନ ଠିଆ ହୋଇଥିବା ଆମ୍ଭେ ଦେଖିବାକୁ ପାଉଥିଲୁ ଓ ପରେ ଜାଣିବାକୁ ପାଇଥିଲୁ ଯେ ଆମ୍ଭର ଜମି ବିକ୍ରୀ ହୋଇଯାଇଛି ବୋଲି ପାକୁଳ ପ୍ରକାଶ କରିଥିଲେ ।ପାକୁଳ ଗୈାଡର ପୁତ୍ର ଖଗପତି ଗୈାଡ ଓ ଚନ୍ଦ୍ର ଗୈାଡ କୋରାପୁଟ ତହସିଲଦାରଙ୍କୁ ଏ ସଂକ୍ରାନ୍ତରେ ଏକ ଅଭିଯୋଗ ପତ୍ର ଦେବା ସହ କରାଯାଇଥିବା ମ୍ୟୁଟେସନକୁ ରଦ୍ଦ କରିବାକୁ ଦାବି କରିଛନ୍ତି ।

କୋରାପୁଟ ସହରର ଅମିତ ପାତ୍ର ନାମକ ବ୍ୟକ୍ତି ଉକ୍ତ ଜମିକୁ ବିକ୍ରୀ କରିଛନ୍ତି ବୋଲି ପାକୁଳ ଅଭିଯୋଗ କରିଛନ୍ତି ।କୋରାପୁଟ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଅବଗତ କରାଯିବା ସହ କୋରାପୁଟ ସଦର ଥାନାରେ ଏକ ଏତାଲା ପ୍ରଦାନ କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ ।ଏହା ଏକ ପୁରୁଣା କେସ ବୋଲି କୋରାପୁଟ ତହସିଲଦାର ନେହେରୁ ମାଝି ପ୍ରକାଶ କରିବା ସହ ଅଭିଯୋଗର ତଦନ୍ତ କରାଯିବ ବୋଲି ସେ ସୂଚନା ଦେଇଥିଲେ । ଏ ସଂପର୍କରେ ଅମିତ ପାତ୍ରଙ୍କୁ ପଚାରିବାରେ ସେ କହିଥିଲେ ଯେ ପରିବାର ଲୋକଙ୍କୁ ଅନ ଲାଇନ ମାଧ୍ୟମରେ ଅର୍ଥ ପ୍ରଦାନ କରାଯାଇଛି ।ଅନ୍ୟକିଛି ବ୍ୟକ୍ତିଙ୍କ ପ୍ରରୋଚନାରେ ପଡି ସେମାନେ ଏଭଳି ଅଭିଯୋଗ କରିଛନ୍ତି ।

Report- S lenka

Related Posts

About The Author

Add Comment