ଘାଟିରେ ବସ୍‌ ଦୁର୍ଘଟଣା: ୭ ମୃତ, ୩୮ ଆହତ

Spread the love
ବ୍ରହ୍ମପୁର,  ୨୯/୧/୨୦ (ସନ୍ଧାନ ନିଉଜ) : ଗଞ୍ଜାମ ଜିଲ୍ଳାର ତପ୍ତପାଣି ଘାଟିରେ ଏକ ଯାତ୍ରୀବାହୀ ବସ୍ ପୋଲ ତଳକୁ ଖସି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୮ଜଣ ଆହତ ହୋଇଛନ୍ତି। ଆଜି ପାହାନ୍ତାରେ ଘଟିଛି ଏହି ଘଟଣା। ଘଟଣାସ୍ଥଳରେ ୪ ଓ ମେଡିକାଲରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ମହିଳାଙ୍କର ପରିଚୟ ମିଳିଛି। ସେମାନେ ହେଲେ ରାୟଗଡ଼ାର ବିଦ୍ୟୁତ୍ ନାୟକ ଓ ପୁତାବଗଡ଼ର ଝୁନୁ ବେହେରା। ରାୟଗଡ଼ାର କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ଏହି ଘରୋଇ ଯାତ୍ରୀବାହୀ ବସ୍‌ ‘ମାରୁତି’ ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଅସ୍ପଷ୍ଟ ହୋଇଯାଇଥିବା କାରଣରୁ ଘାଟିରୁ ତଳକୁ ଖସି ପଡ଼ିଥିବା କଥା କୁହାଯାଉଛି।

Related Posts

About The Author

Add Comment