ରାଉରକେଲା ୨୩/୧୨ (ସନ୍ଧାନ ନିୟୁଜ): ସ୍ଥାନୀୟ ଭଷ୍ମା ଥାନା ପଛ ଗାଁର ଏକ ଘରେ କୌଣସି କାରଣରୁ ରବିବାର ନିଆଁ ଲାଗିଥିଲା। ଯେଉଁଥିରେ ଘରେ ଶୋଇଥିବା ଅବସ୍ଥାରେ ମା’ ଓ ଝିଅ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି। ଖବର ପାଇ ଭଷ୍ମା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ପରେ ସୁନ୍ଦରଗଡ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଘରେ ନିଆଁ ଲାଗିଥିବା ସମୟରେ ମା’ ଗୋଲାପ ମେହେର ଓ ଝିଅ ଲକ୍ଷ୍ମୀ ମେହେର କବାଟ ବନ୍ଦ କରି ଶୋଇଥିଲେ। ଫଳରେ ନିଆଁରେ ସେମାନେ ଜୀବନ୍ତ ଦଗ୍ଧ ହୋଇଥିଲେ।
ଘର ଭିତରେ ଜିଅନ୍ତା ଜଳି ଗଲେ ମା ଝିଅ
|
December 23, 2019 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)