ପ୍ରଧାନ ମନ୍ତ୍ରୀ ଆବାସ ଦେବାରେ ସରକାରଙ୍କ ମିଛ ପ୍ରତିଶୃତି

Spread the love

ସୁନ୍ଦରଗଡ଼ ତା୨୭-0୯-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତିଳେଇକାନୀ ର ସରୋଜିନୀ କୁସୁମଙ୍କ ପ୍ରଧାନ ମନ୍ତ୍ରୀ ଆବାସ ବଣ୍ଟନରେ ବ୍ୟତିକ୍ରମ । ପ୍ରଶାସନ ର କର୍ମଚାରୀ ତଥା ସରପଞ୍ଚ, ୱାର୍ଡ ମେମ୍ବର ଓ ବ୍ଲକ କର୍ମଚାରୀ ମାନେ ପଥଭ୍ରାନ୍ତ ତଥ୍ୟ ଦେଉଥିବା ଜଣାପଡିଛି । ଯୋଜନା ପରେ ଯୋଜନା ଚାଲିଛି, ବର୍ଷ ପରେ ବର୍ଷ ବିତି ଚାଲିଛି କିନ୍ତୁ ପଞ୍ଚାୟତ ତଥା ବ୍ଲକ ଅଧିକାରୀ ମାନଙ୍କୁ ଯେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ମତେ ଘର ଟିଏ ମିଳିବ କି ନାହିଁ ବୋଲି ପଚାରିଲେ,ପ୍ରଶାସନ ତରଫରୁ ଏ ବର୍ଷ ହେବ ବୋଲି ପ୍ରଶାସନ ପକ୍ଷରୁ କୁହୁଥିବା ବେଳେ ଏବେ ପର୍ଯ୍ୟନ୍ତ ତାଙ୍କୁ ଏହି ସୁବିଧାରୁ ବଞ୍ଚିତ ରଖାଯାଉଥିବା ଜଣାପଡିଛି l ଅନେକ ପଞ୍ଚାୟତ ରେ ପ୍ରଧାନ ମନ୍ତ୍ରୀ ଆବାସ ର ସ୍ଥାନାନ୍ତରଣ ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢ଼ାଇବାରେ ଲାଗିଛି । ପ୍ରଶାସନ ଗରିବ ଶ୍ରେଣୀ ର ଜନ ସାଧାରଣ ଲୋକ ଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ପ୍ରତି ପରିବାର ପାଇଁ ପକ୍କା ଘର ଯୋଗାଇ ଦେଉଥିବା ବେଳେ କେତେକ ଗରିବ ପରିବାର ପକ୍କା ଘର ମିଳି ନ ଥିବା ଦେଖିବାକୁ ମିଳିଛି l ଅତି ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇଁ ପ୍ରତ୍ୟେକ ପକ୍ଷକୁ ତଦନ୍ତ କରାଯାଇ ପ୍ରତ୍ୟେକ ହିତାଧିକାରୀଙ୍କୁ ଘର ମିଳିବା ପାଇଁ ଅଞ୍ଚଳବାସୀ ଦାବି କରିଥିବା ଜଣାପଡିଛି ।

Related Posts

About The Author

Add Comment