ଗ୍ୟାସ୍ ଟାଙ୍କି ଫାଟି ଚାରି ଗୁରୁତର

Spread the love

ଭଦ୍ରକ, ,୧୨ /୬ (ସନ୍ଧାନ ନିୟୁଜ) – ଗତ 10 ବିଳମ୍ବିତ ରାତିରେ ଗ୍ୟାସ୍ ଟାଙ୍କିରୁ ଅଗ୍ନିକାଣ୍ଡ ଘଟି ପୌରାଞ୍ଚଳରେ ଦୁଇ ଶିଶୁଙ୍କ ସହ ଚାରିଜଣ ଗୁରୁତର ହୋଇଛନ୍ତି। ତେବେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ସମସ୍ତ ଚାରିଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ପୌରାଞ୍ଚଳ ଅଧୀନସ୍ଥ ପୁରୁଣାବଜାର ଥାନା ଅଧୀନସ୍ଥ ଇସଫପୁର ନିବାସୀ ସେକ୍ ଆଲ୍ଲାଉଦ୍ଦିନ୍ (୪୦) ଙ୍କ ପରିବାର ରାତିରେ ରୋଷେଇ ଘରେ ଗ୍ୟାସ୍ ଲଗାଇବା ବେଳେ ତାହା ଲିକ୍ ଯୋଗୁଁ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ସେକ୍ ଆଲ୍ଲାଉଦ୍ଦିନ୍ଙ୍କ ସମେତ ରୋକିଆ ଖାତୁନ (୪୨), ଫରଜାନା ଖାତୁନ (୧୧), ମେହେର କାଦ୍ରୀ (୬) ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ପରିସ୍ଥିତି ଗୁରୁତର ହେବାରୁ ଚାରିଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Related Posts

About The Author

Add Comment