ଗ୍ୟାସ୍‍ ଭିତ୍ତିକ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି ଭାରତ – ଧର୍ମେନ୍ଦ୍ର

Spread the love

ନୂଆଦିଲ୍ଲୀ, ୧୦/୦୧/୨୦ (ସନ୍ଧାନ ନିଉଜ) : ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଭାରତ ସ୍ଥାୟୀ ବିକାଶ ଓ ଏହାର ଶକ୍ତି ଉତ୍ସର ସମ୍ପୂର୍ଣ୍ଣ ବିନିଯୋଗ ମାଧ୍ୟମରେ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ଆଜି ନୂଆଦିଲ୍ଲୀରେ ନୀତି ଆୟୋଗଠାରେ ଭାରତର ଶକ୍ତିନୀତିର ଗଭୀର ସମୀକ୍ଷା କାର୍ଯ୍ୟକ୍ରମରେ ସେ କହିଛନ୍ତି, ଉତ୍ତର-ପୂର୍ବାଞ୍ଚଳ ଗ୍ୟାସ୍‍ଗ୍ରିଡ୍‍ ପ୍ରକଳ୍ପର ବିକାଶ ପାଇଁ ସମ୍ପ୍ରତି ସରକାର ନେଇଥିବା ନିଷ୍ପତ୍ତି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଲାଭ ପହଞ୍ଚାଇବ। ସେ କହିଛନ୍ତି, ଭାରତ ଏକ ଗ୍ୟାସ୍‍ ଭିତ୍ତିକ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି। କୋଇଲା ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି, ସରକାର କୋଇଲା ଖଣି କ୍ଷେତ୍ରର ଉଦାରିକରଣ କରୁଛନ୍ତି, ଯାହାଫଳରେ ଏହା ଶିଳ୍ପ କ୍ଷେତ୍ର ପାଇଁ ସହଜରେ ଉପଲବ୍ଧ ହୋଇପାରିବ।

ଶକ୍ତିମନ୍ତ୍ରୀ ଆର୍‍.କେ. ସିଂହ କହିଛନ୍ତି, ୨୦୧୪ ପୂର୍ବରୁ ଭାରତରେ ଶକ୍ତିର ଘୋର ଅଭାବ ଥିବାବେଳେ ବର୍ତ୍ତମାନ ଭାରତ ଆବଶ୍ୟକଠାରୁ ଅଧିକ ଶକ୍ତି ଉତ୍ପାଦନ କରୁଛି। ସେ କହିଛନ୍ତି, ଭାରତ ୨୦୨୨ ସୁଦ୍ଧା ୧୭୫ ଜିଗାୱାଟ୍‍ ପୁନର୍ବ୍ୟବହାରକ୍ଷମ ଶକ୍ତି ଉତ୍ପାଦନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆନ୍ତର୍ଜାତିକ ଶକ୍ତି ଏଜେନ୍ସୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଫତିହ୍‍ ବାରୋଲ୍‍ କହିଛନ୍ତି, ଭାରତ ଶକ୍ତିର ଉପଯୁକ୍ତ ବ୍ୟବହାର କରି ଏ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ସେ କହିଛନ୍ତି, ଉଜ୍ୱଳ ଯୋଜନା ଓ ଉଜ୍ଜାଲା ଯୋଜନାର କାର୍ଯ୍ୟକାରୀତା ଯୋଗୁଁ ଜୈବ ଇନ୍ଧନର ବ୍ୟବହାର ହ୍ରାସ ପାଇଛି ଓ ଦେଶ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବି ହୋଇପାରିଛି।

Related Posts

About The Author

Add Comment