ଗ୍ରାହକ ସେବା କେନ୍ଦ୍ର ନାଁ ରେ ରୀତିମତ ଟଙ୍କା ଲୁଟ,ଲୋକେ ଅସନ୍ତୋଷ

Spread the love

ସୁନ୍ଦରଗଡ ତା:୨୨/୧୧ /୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ ) ସରକାର ଲୋକଙ୍କ ସୁବିଧା ପାଇଁ ଘରକୁ ଘର ବ୍ୟାଙ୍କିଙ୍ଗ ସୁବିଧା କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଗ୍ରାହକ ସେବାକେନ୍ଦ୍ରର ସୁବିଧା କରିଛନ୍ତି । ଏହା ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧୀନରେ ସ୍ବଦେଶୀ ଶାଖା ରୂପେ
କାର୍ଯ୍ୟ କରୁଛି । ବିଭିନ୍ନ ଯୋଜନା ମାଧ୍ୟମରେ ଯଥା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା,ଉଜ୍ଜଲା ଯୋଜନା, ନିର୍ମାଣ ଶ୍ରମିକଙ୍କୁ ସହାୟତା ସହିତ ଜବକାଡ଼ ଧାରୀଙ୍କ ମଜୁରୀ ପ୍ରଦାନ ଭଳି କାର୍ଯ୍ୟ ଗ୍ରାମାଞ୍ଚଳରେ ସେବା ଯୋଗାଇ ଆସୁଛନ୍ତି । ସବଡେଗାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଥିବା ବେଳେ ଏଠାରେ ପ୍ରାୟ ଦଶ ରୁ ଉର୍ଦ୍ଧ ଗ୍ରାହକ ସେବା କେନ୍ଦ୍ର ଗରିବ ଲୋକଙ୍କ ଟଙ୍କାକୁ କମିଶନ ନାଁ ରେ ଲୁଟି ନେଇ ନିଜର ବ୍ୟାପାର ଚଳାଇଛନ୍ତି । ଗତବର୍ଷ ଏହି କ୍ରମରେ ଅନେକ ଅଭିଯୋଗ ଆସିଥିଲା ହେଲେ ପ୍ରଶାସନର ଗରିବ ଲୋକଙ୍କ ପ୍ରତି କେତେ ତତ୍ପରତା ରହିଛି ତାହା କିଛି ଲୋକଲୋଚନକୁ ଆସିପାରି ନ ଥିଲା ।ପୁଣି ସବଡେଗାରେ ଥିବା ସନାତନ ପାତ୍ରଙ୍କ ଜନସେବା କେନ୍ଦ୍ରରୁ ଅଭିଯୋଗ ଆସିଛି । ପ୍ରତି ୧୦୦୦ ଟଙ୍କାରେ ୧୦ଟଙ୍କା କମିଶନ ନେଉଥିବା ହିତାଧିକାରୀ ସ୍ଥାନୀୟ ସବଡେଗା ଗ୍ରାମର ରାଜୁ କୁମାର ପଟେଲଙ୍କ ଠାରୁ ଜଣାପଡିଛି । ଏହିଭଳି ପ୍ରତିଦିନ ସବଡେଗା ଗ୍ରାହକ ଜନସେବା କେନ୍ଦ୍ରରୁ ଶହ ଶହ ଲୋକ ଅଜାଣତରେ ହଜାର ହଜାର ଟଙ୍କା କମିଶନ ନାମରେ ଲୁଟ କରୁଥିବା ଜଣାପଡୁଛି । ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରକୁ ଲୋକଙ୍କ ଟଙ୍କା ଉଠାଇବା ପାଇଁ କମିଶନ ଦେଉଥିବା ବେଳେ ଗ୍ରାହକ ସେବାକେନ୍ଦ୍ରର ମାଲିକମାନେ ଗରିବଙ୍କ ଠାରୁ ମନଇଚ୍ଛା କାଟିନେବା ଅଭିଯୋଗ ଆସୁଛି । ଗରିବଙ୍କ ଠାରୁ ଏହି ଟଙ୍କା ଲୁଟକୁ କିପରି ରୋକାଯାଇ ପାରିବ ତାହା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି

Related Posts

About The Author

Add Comment