ଗ୍ରାମାଞ୍ଚଳରେ ନୂତନ ସୋଲାର ଷ୍ଟିଟ ଲାଇଟ ଲଗାଜାଇଥିଲେ ମଧ୍ୟ ଅଞ୍ଚଳ ଅନ୍ଧାର, ଚିନ୍ତାରେ ଜନ ସାଧାରଣ

Spread the love

ସୁନ୍ଦରଗଡ଼ ତା:୦୩-୦୪-୨୦୨୬ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଜନ ସାଧାରଣ ଙ୍କ ହିତ ପାଇଁ ସରକାର ଙ୍କ ତରଫରୁ ଗ୍ରାମାଞ୍ଚଳ ମାନଙ୍କ ରେ ସୋଲାର ଷ୍ଟିଟ ଲାଇଟ ଲଗା ଯାଇଛି କିନ୍ତୁ କୌଣସି ସୋଲାର ଷ୍ଟିଟ ଲାଇଟ ଜଳୁ ନ ଥିବା ଯୋଗୁଁ ଅଞ୍ଚଳ ଅନ୍ଧାର ରେ  ସାରା ଅଞ୍ଚଳ l କେତେକ ଷ୍ଟିଟ ଲାଇଟ ଗୁଡିକରେ ଲାଗିଥିବା ବ୍ୟାଟେରୀ ଚୋରି ହେବା ସହିତ କେତେକ ଲାଇଟର ତାର କାଟି ଦିଆଯାଇ ଥିବା ସୂଚନା ରହିଛି । ଏପରି ଅବସ୍ଥା ରେ ଅଞ୍ଚଳ ରେ ଅନ୍ଧାର ରହିଥିବା ଦେଖିବାକୁ ମିଳିଛି l ସରକାର ସୋଲାର ଷ୍ଟିଟ ଲାଇଟ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏପଟେ ଠିକାଦାର ନିମ୍ନମାନ ସୋଲାର ଷ୍ଟିଟ ଲାଇଟ ଲଗାଇ ଟଙ୍କା ହଡପ କରିଥିବା ଜନ ସାଧାରଣ ରେ ଚର୍ଚ୍ଚl ହେଉଛି l ୫ବର୍ଷ ପାଇଁ ଗ୍ୟାରେଣ୍ଟି ଦେଇ ଠିକାଦାର ଏହି ସୋଲାର ଷ୍ଟିଟ ଲାଇଟ ଗୁଡିକ ଲଗାଯିବା ସହିତ  ତାର ମରାମତି ର ଦାୟିତ୍ୱ ମଧ୍ୟ ନେଇଥିବା ବିଭାଗୀୟ କତୃପକ୍ଷଙ୍କୁ ସୂତ୍ରରୁ ଜଣାପଡିଛି । କିନ୍ତୁ ଦୁଃଖ ର ବିଷୟ ଲାଇଟ ଖରାପ ହୋଇ ପଡିରହିଥିବା ବେଳେ ମରାମତି ଆଉ କରୁ ନନଥିବା ସୂଚନା ରହିଛି  l ମରାମତି କାମ ମାତ୍ର କାଗଜ କଲମ ରେ ହେଉଥିବା ଚର୍ଚ୍ଚା ହେଉଥିବା ଜଣାପଡିଛି ।ଏପରି ଦୃଶ୍ୟ ବାଲିଶଙ୍କରା ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ର ଗ୍ରାମାଞ୍ଚଳ ରେ ଦେଖିବାକୁ ମିଳିଛି l  ଗ୍ରୀଷ୍ମ ସମୟ ହେବା କାରଣରୁ ଅନେକ ସରିଶୃପଙ୍କ ଭୟ  ରହୁଥିବା ବେଳେ ଜୀବନ ସଙ୍କଟରେ ରହୁଥିବା ବ୍ଲକ ର ପ୍ରତ୍ୟେକ ଅଞ୍ଚଳବାସୀ ପ୍ରକାଶ କରିଥିବା ଜଣାପଡିଛି ।ଏ ନେଇ ତଲସରା ପଞ୍ଚାୟତ ସରପଞ୍ଚ ଶ୍ରୀ ତ୍ରିଲୋଚନ ପ୍ରଧାନ ବାଲିଶଙ୍କରା ବ୍ଲକ ଠାରେ ହୋଇଥିବା ଜିଲ୍ଲାପାଳ ଜନ ଶୁଣାଣି ରେ ଲିଖିତ ଦରଖାସ୍ତ ଦେଇଥିବା ପରିପ୍ରକାଶ କରିଛନ୍ତି । ଦେଖିବାକୁ ବାକି ରହିଲା ଅଞ୍ଚଳବାସୀଙ୍କ ଦୁଃଖ କେବେ ଦୁର ହେବ ।

Related Posts

About The Author

Add Comment