ଗ୍ରାମବାସୀ ନିର୍ମାଣ କଲେ କାଠପୋଲ, ପ୍ରଶାସନ ନେତାମନ୍ତ୍ରୀଙ୍କ ପାଖରେ ଗୁହାରୀ ହେଲାନି ଫଳପ୍ରଦ
ଗ୍ରାମବାସୀ ନିର୍ମାଣ କଲେ କାଠପୋଲ, ପ୍ରଶାସନ ନେତାମନ୍ତ୍ରୀଙ୍କ ପାଖରେ ଗୁହାରୀ ହେଲାନି ଫଳପ୍ରଦ
ଜେନାପୁର, ୨୨/୭ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଆଜକୁ କାହିଁ କେତେ ବର୍ଷକାଳୁ ଧରି ଲୋକମାନଙ୍କ ପାଇଁ ସମସ୍ୟ ପାଲଟିଛି ବ୍ରାହ୍ମଣିର ଏକ ସଖା ନାଳ ବାଲିଚତୁରୀ ।ଏହି ନାଳ ପାରିହେଲେ ସ୍ଥାନୀୟ ଲୋକେ ଆର ପାରିରେ ଥିବା ଶତାଧିକ ଏକର ଚାଷ ଜମିକୁ ସୁଜଳା ସୁଫଳା କରିବା ସହିତ ବ୍ରହ୍ମଣୀରେ ସ୍ନାନ ଶୌଚର ସୁବିଧା ପାଇବେ।ଏନେଇ ଅନେକ ଥର କଲାଣ୍ଡ ଗ୍ରାମର ପୂର୍ବତନ ଶିକ୍ଷାବିତ ତଥା ଜଣେ ଜଣା ଶୁଣା ସମାଜ ସେବୀ ସ୍ୱର୍ଗତ ନାରାୟଣ ଚନ୍ଦ୍ର ସାହୁ ଏ ନେଇ ଅନେକ ଥର ପ୍ରଶାସନକୁ ଅବଗତ କରାଇବା ସହିତ ଜନ ପ୍ରତିନିଧିଙ୍କର ଦୃଷ୍ଟି ଆଣିଛନ୍ତି । ତେବେ ସେମାନଙ୍କର ସ୍ବପ୍ନ ସାକାର ହୋଇପାରିଲା ନାହିଁ । ଶେଷରେ ଗାଁ ଲୋକେ ଏକ ତ୍ରିତ ହୋଇ ଏହି ଅକାମି ନାଳ ଉପରେ ଏକ କାଠ ପୋଲ ନିର୍ମାଣ କରି ନିଜର ଆଶା ପୁରଣ କରିଛନ୍ତି । ଘଟଣା ଘଟିଛି ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏଣ୍ଡଳବା ଗ୍ରାମପଞ୍ଚାୟତ ଅଧିନ ନଇଁ କୁଳିଆ ଗାଁ କଲାଣ୍ଡରେ । ଏହି ଗାଁର ଶତାଧିକ ଚାଷୀଙ୍କର ନାଳ ସେପାଖରେ ଏକର ଏକର ବାଲିକୁଡଦ ରହିଛି । ଯେଉଁଥିରେ ସେମାନେ ବର୍ଷ ସାରା ବିଭିନ୍ନ ପନି ପରିବା ଧାନ ଚାଷ କରିଥାନ୍ତି । ଏହି ଜମିକୁ ଯିବା ସମୟରେ ସେମାନଙ୍କୁ ଏହି ଅପରିଷ୍କାର ନାଳ ପାଣି ଭିତରେ ପଶି ଯିବାକୁ ପଡ଼ିଥାଇ ଏବଂ ନାଳ ସେପାଖରେ ବ୍ରହ୍ମଣୀ ରେ ଗାଧୋଇ ପରିଷ୍କାର ହେବାକୁ ପଡେ ।ଏହି ସମସ୍ୟର ସମାଧାନ ପାଇଁ ସେମାନେ ଏକ କାଠ ପୋଲ ନିର୍ମାଣ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ ଏବଂ ପରିଶ୍ରମ ବୃଥା ହେବାକୁ ଦେଇ ନଥିଲେ । ଶେଷରେ ସମ୍ମିଳିତ ଉଦ୍ୟମରେ ଏକ ସ୍ଥାୟୀ କାଠ ପୋଲ ନିର୍ମାଣ କରି ପୂଜାର୍ଚ୍ଚନା କରାଯିବା ସହିତ ଦୀର୍ଘଦିନର ଏହି ଅସୁବିଧାକୁ ଦୁର କରିବାରେ ସମର୍ଥ ହୋଇପାରିଛନ୍ତି ।ଯୋଜନା ଅନୁଯାୟୀ ୨୪ ଗୋଟି ଖୁଣ୍ଟ ଉପରେ ଆଡ଼ି ପକାଇ ବାଉଁଶ ଶଯ୍ୟା କରି ପୋଲ ନିର୍ମାଣ କରାଯାଇଛି । ଗ୍ରାମବାସୀଙ୍କର ଉଦ୍ୟମକୁ ସାଧରଣକୁ ପ୍ରଶଂସା କରାଯାଇଛି ।
Related Posts
About The Author