ଗେଙ୍ଗୁଟିନଦୀ ପଙ୍କରେ ପୋତାଯାଇଥିବା ମହିଳାଙ୍କ ଶବ ଉଦ୍ଧାର, ପୋଲିସର ତନାଘନା ଆରମ୍ଭ

Spread the love

ଯାଜପୁର (ସନ୍ଧାନ ନିୟୁଜ୍/ମାନସ ରାଉତ):- ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ବନ୍ଦାଳୋ ପଚାୟତର ଜଗନ୍ନାଥପୁର ଗ୍ରାମ ନିକଟସ୍ଥ ଗେଙ୍ଗୁଟି ନଦୀରୁ ପଙ୍କରେ ପୋତା ଯାଇଥିବା ମହିଳାଙ୍କ ଗଳିତ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ଚମ୍ପାପୁର ପଞ୍ଚାୟତ ପ୍ରଧାନପଡା ଗ୍ରାମର ଶ୍ରୀମତି ପ୍ରଧାନ(୪୮) ମାହାଙ୍ଗା ଥାନା ଅନ୍ତର୍ଗତ ପହିଗୋପାଳପୁର ଗ୍ରାମର ସୁବାସ ପ୍ରଧାନଙ୍କୁ କିଛି ବର୍ଷ ପୂର୍ବେ ବିବାହ କରିଥିଲେ । କିନ୍ତୁ ବିବାହାର କିଛିବର୍ଷ ପରେ ଦାମ୍ପତ୍ୟ ଜୀବନରେ କଳହ ଉପୁଜିବାରୁ ଶ୍ରୀମତି ବାପଘର ପ୍ରଧାନପଡାରେ ରହିଆସୁଥିଲେ । ବୁଧବାର ଅପରାହ୍ନରେ ସ୍ଥାନୀୟ ଲୋକେ ନଦୀରେ ମାଛ ଧରୁଥିବା ସମୟରେ ମହିଳାଙ୍କ ମୃତଦେହ ପଙ୍କରେ ପୋତାଯାଇଥିବା ଦେଖାବାକୁ ପାଇଥିଲେ । ପରେ ଖବର ପ୍ରଚାର ହୋଇଯିବାରୁ ଛତିଆ ଫାଣ୍ଡି ପୁଲିସକୁ କେହି ଖବର ଦେଇଥିଲେ । ଛତିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଫାଣ୍ଡି ଏରିଆ ଅଧିନରେ ଯାଉନଥିବାରୁ ବଡଚଣା ଥାନାକୁ ଖବର ଦେଇଥିଲେ ।

ଖବର ପାଇଁ ବଡଚଣା ଥାନାଧିକାରୀ ଶରତଚନ୍ଦ୍ର ପାତ୍ରଙ୍କ ସମେତ ପୁଲିସ ଅଧିକାରୀ ସଦଳବଳେ ଘଟଣା ସ୍ଥଳରେ ପଂହଚି ମୃତଦେହକୁ ଉଦ୍ଧାର କରି ପ୍ରାଥମିକ ତଦନ୍ତ କରି ଶବକୁ ବ୍ୟବଚ୍ଛେଦ ପାଇଁ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପଠାଇ ଅଧିକ ତଦନ୍ତ ଜାରୀ ରଖିଛନ୍ତି । ତେବେ ମହିଳା ଜଣଙ୍କ ବହୁ ଲୋକଙ୍କୁ ଟଙ୍କା ଧାରା ଦେଇଥିବା ସୂଚନା ମିଳିବା ସହିତ ତାଙ୍କୁ କେଉଁ କାରଣରୁ ହତ୍ୟ କରାଗଲା ତାହା ସ୍ପଷ୍ଟ ହୋଇନଥିଲେ ସୁଧା ପାରିପାର୍ଶିକ ଅବସ୍ଥାରୁ ହତ୍ୟ କରାଯାଇ ନଦୀରେ ପୋତି ଦିଆଯାଇଥିବା ଆଲୋଚନା ହେଉଛି । ତାଙ୍କ ମୁହଁରେ ରକ୍ତରେ ଜୁଡୁବୁଡ ହୋଇଥିବା ବେଳେ ମାରି ସାରି ତାଙ୍କ ଉପରେ ଏସିଡି ପକାଯାଇ ମୁହଁକୁ ଚିହ୍ନି ନହେବା ପାଇଁ ବିକୃତ କରାଯାଇଥିବା ମଧ୍ୟ ସନେ୍ଦହ କରାଯାଇଛି । ଉଦ୍ଧାର ହୋଇଥିବା ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନଥିବା ଦେଖିବାକୁ ମିଳିଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ ସନେ୍ଦହ କରୁଥିବା ବେଳେ ଏକ ଅବମୃତ ମାମାଲା ରୁଜୁ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts

About The Author

Add Comment