ଗିରଫ ହେଲେ କୋଟିପତି ଜଙ୍ଗଲୀ ବାବୁ; ଚଢ଼ାଉ ବେଳେ ସମ୍ପତ୍ତି ଦେଖି ଭିଜିଲାନ୍ସର ଆଖି ଜଳକା, ବନ ଅଧିକାରୀଙ୍କ ଘରୁ ମିଳିଲା କେଜିଏ ସୁନା

Spread the love

କୋରାପୁଟ  ୨୭/୧୨/୨୫ (ସନ୍ଧାନ ନ୍ୟୁଜ) : ରାଜଧାନୀ ଭୁବନେଶ୍ୱରରେ ବିଳାସପୂର୍ଣ୍ଣ କୋଠା, ସହରାଞ୍ଚଳର ପ୍ରମୁଖ ସ୍ଥାନରେ ଏକାଧିକ ପ୍ଲଟ୍ ସହ ବ୍ୟାଙ୍କ୍‌ରେ ବିପୁଳ ଟଙ୍କା, ଓ ଆଲମିରାରେ ପୁଳାପୁଳା ସୁନାଗହଣା। ବନ ଅଧିକାରୀ ନିହାରରଞ୍ଜନ ଶତପ‌ଥୀଙ୍କ ଏଭଳି ସମ୍ପତ୍ତ ଦେଖି ଭିଜିଲାନ୍ସର ଆଖି ଟେରା ହୋଇଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ଆଜି ତାଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ କୋର୍ଟରେ ହାଜର କରାଯିବ।  ସୂଚନା ମୁତାବିକ, ଭିଜିଲାନ୍ସ ଦ୍ୱାରା କରାଯାଇଥିବା ଚଢ଼ାଉ ସମୟରେ ଶ୍ରୀ ଶତପଥୀଙ୍କ ନାଁରେ ଭୁବନେଶ୍ୱରରେ ୨ଟି ଆଲିସାନ କୋଠା ଓ କୋରାପୁଟରେ ଗୋଟିଏ ବିଳାସମୟ କୋଠା, ୭ ପ୍ଲଟ୍, କେଜିଏ ସୁନା, ୬୬.୪୨ ଲକ୍ଷ ଟଙ୍କା ବ୍ୟାଙ୍କ ଜମା, ୯.୨୮ ଲକ୍ଷ ଟଙ୍କା ନଗଦ ଟଙ୍କା, ଗୋଟିଏ ଚାରିଚକିଆ ଗାଡ଼ି ଇତ୍ୟାଦି ଜବତ କରାଯାଇଛି। ଶୁକ୍ରବାର ଭୁବନେଶ୍ୱର  ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍‌ ଫରେଷ୍ଟର ଶ୍ରୀ ଶତପଥୀଙ୍କ ଭୁବନେଶ୍ୱର ଓ ସେମିଳିଗୁଡ଼ା ବାସଭବନ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ନିରଞ୍ଜନ ପୁଳା ପୁଳା ବିଦେଶୀ ମୁଦ୍ରା ଲକରରେ ରଖିଛନ୍ତି। ସେ ୟୁଏସ୍‌, ଇଣ୍ଡୋନେସିଆ, ଥାଇଲାଣ୍ଡ, ହଂକଂ, ଭିଏତନାମ୍‌, ମାଲେସିଆର ମୁଦ୍ରା ଲକରରେ ସାଇତିଥିଲେ। କେବଳ ସେତିକି ନୁହେଁ ବିଟକଏନ୍‌ରେ ୧.୬୬ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି ଶ୍ରୀ ଶତପଥୀ। ଏପରିକି ଠାକୁରଘରୁ ବି ପୁଳାପୁଳା ଟଙ୍କା ମିଳିଥିଲା। ଏଥିସହ ବହୁ ଦାମୀ ଘଣ୍ଟା, ଲକ୍ଷଲକ୍ଷ ଟଙ୍କାର  ଶାଗୁଆନ କାଠ ମୂର୍ତ୍ତି, ୨୦ ଲକ୍ଷ ଟଙ୍କାର ଝୁମର ଦେଖି  ତାଜୁବ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ। ଭିଜିଲାନ୍ସ  ଆକଳନ ଜାରି ରହିଥିବା ବେଳେ ଜବତ ସମ୍ପତ୍ତିର ମୂଲ୍ୟ ୬ କୋଟିକୁ ଟପିଯିବ ବୋଲି ଜଣାପଡ଼ିଛି। ଏହି ସମ୍ପତ୍ତିର ସଠିକ୍ ହିସାବ ଦେଇପାରିନଥିବାରୁ ନିରଞ୍ଜନଙ୍କ ବିରୋଧରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି।  ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ୮୧୦୦ ବର୍ଗ ଫୁଟ୍‌ର ୨ଟି ବିଳାସପୂର୍ଣ୍ଣ କୋଠାରେ ତନାଘନା କରିଥିଲା ୨ଟି ଟିମ୍‌। ୨ଟି ଯାକ ତିନି  ମହଲା ବିଶିଷ୍ଟ ରାଜପ୍ରାସଦ ଭଳି ଅଟ୍ଟାଳିକା। ଗୋଟିଏ ଝାରପଡ଼ାର ପ୍ଲଟ୍‌ ନଂ ୪୦୮/୨୩୯୦/୬୩୮୮ରେ ଥିବା ବେଳେ ଅନ୍ୟଟି ୪୦୮/୨୩୯୦/୬୨୭୪ରେ ଗଢ଼ାଯାଇଛି। ଆଲିସାନ କୋଠା ତିଆରିରେ ପ୍ରାୟ ୨-୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବ ବୋଲି ଭିଜିଲାନ୍ସ ଅନୁମାନ କରୁଛି। କୋଠାରେ ଅନେକ ମୂଲ୍ୟବାନ ଧାତୁରେ ତିଆରି ମୂର୍ତ୍ତି ରଖାଯାଇଛି। ଏହାବାଦ୍‌ ତାଙ୍କର କୋରାପୁଟ ସେମିଳିଗୁଡ଼ାରେ ୧୨୫୦ ବର୍ଗଫୁଟ୍‌ରେ ଏକ ପୈତୃକ ଘର ନିର୍ମାଣ କରିଛନ୍ତି। ସେ ୭ଟି ବହୁମୂଲ୍ୟ ପ୍ଲଟ୍‌ କିଣିଛନ୍ତି। ସେଥିରୁ ଭୁବନେଶ୍ୱରରେ ୨ଟି, ଜଗତସିଂପୁରରେ ୪ଟି ଓ ସେମିଳିଗୁଡ଼ାରେ ଗୋଟିଏ ଜମି ଅଛି। ଚଢ଼ଉରେ ୬ ଜଣ ଡିଏସ୍‌ପି, ୭ ଜଣ  ଇନସପେକ୍ଟରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସାମିଲ  ହୋଇଥିଲେ।  ସୂଚନାନୁସାରେ, ଶତପଥୀ ୧୯୮୮ ମସିହା ଜାନୁଆରୀରେ ମାତ୍ର ୬୨୫ ଟଙ୍କାରେ ଚାକିରି ଜୀବନ ଆରମ୍ଭ କରିଥିଲେ। ସେତେବେଳେ ସେ କୋରାପୁଟ ବନଖଣ୍ଡ ଅଧୀନରେ ଫରେଷ୍ଟ ଗାର୍ଡ ଭାବେ ନିଯୁକ୍ତି ପାଇଥିଲେ । ୨୦୧୪ ମସିହାରେ ଫରେଷ୍ଟର ପାହ୍ୟାକୁ ତାଙ୍କର ପଦୋନ୍ନତି ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ଦୀର୍ଘ ୩୭ ବର୍ଷ ହେଲା ସେ କେବଳ କୋରାପୁଟ ଜିଲ୍ଲାରେ ଚାକିରୀ କରିଛନ୍ତି।

Related Posts

About The Author

Add Comment