• About Us
  • Contact Us
  • Recruitment

Sandhan News

WISH YOU ENJOYFULL RATHAJATRA

WISH TO ALL READER AND DEVOTE ON THE EVE OF RATHAJATRA

SANDHANEWS.COM


Menu
  • ଓଡିଶା
  • ଜିଲ୍ଲା
    • ଅନୁଗୁଳ
    • କଟକ
    • ଯାଜପୁର
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଖୋର୍ଦ୍ଧା
    • କୋରାପୁଟ
    • ଗଞ୍ଜାମ
    • ଗଜପତି
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ବର
    • ବୌଦ୍ଧ
    • ମୟୁରଭଞ୍ଜ
    • ଭଦ୍ରକ
    • ମାଲକାନଗିରି
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ରାଜନୀତି
  • ଜାତୀୟ
  • ଆନ୍ତର୍ଜାତୀୟ
  • ବାଣିଜ୍ୟ
  • ପ୍ରୟାସ
  • ସୀଡ୍
  • ଭିଡ଼ିଓ ଖବର
  • ଇ ପେପର (E Paper)
  • ମନୋରଞ୍ଜନ
  • ଅପରାଧ
  • ସ୍ବାସ୍ଥ୍ୟ
  • ଖେଳ
  • ସହର
    • କଟକ
    • ଭୁବନେଶ୍ୱର
    • ପୁରୀ
    • ବ୍ରହ୍ମପୁର
    • ରାଉରକେଲା
  • ଛବିରେ ଖବର
  • ସାହିତ୍ୟ
    • ଗଳ୍ପ
    • କବିତା
    • ଆମ ସଂସ୍କୃତି, କଳା ଓ ଐତିହ୍ୟ
  • ବ୍ୟକ୍ତିତ୍ବ
    • ବିରଳ ବ୍ୟକ୍ତିତ୍ବ
    • ସାକ୍ଷାତକାର
  • ଆପଣଙ୍କ ରିପୋର୍ଟ
  • ରାଶିଫଳ
  • ଆମ ପର୍ବ ପର୍ବାଣୀ
    • ପଣା ସଂକ୍ରାନ୍ତି
    • ଆମ ପିଠାପଣା
  • ଆମ ଐତିହ
  • SANDHAN LIVE TV
ତାଜା ଖବର
  • ନିମ୍ନ ଲିଂକରେ କ୍ଲିକ କରି ଆଜିର ଇ-ପେପର ଡାଉନଲୋଡ କରନ୍ତୁ
  • ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରେ ଜନ ଶୁଣାଣି ଶିବିର ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ ଦ୍ୱାରା ଉଦଘାଟିତ।
  • ଶ୍ରୀମନ୍ଦିର ର ରତ୍ନ ଭଣ୍ଡାର ଅଳଙ୍କାର ଗଣତି ଶୀଘ୍ର ଆରମ୍ଭ କରାଯିବ
  • ସାମାନ୍ୟ ବଚସାରୁ ଗୋଡେଇ ଗୋଡେଇ ଟାଙ୍ଗିଆ ରେ ହାଣି ହତ୍ୟା
  • ଶିକ୍ଷାନିକେତନର ୨୨ ତମ ବାର୍ଷିକ ଉତ୍ସବ ପାଳିତ
  • ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ 
  • ପଞ୍ଚୁଦଣ୍ଡ ପରିଚାଳନା ସମିତି ତରଫରୁ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ନିମନ୍ତେ ପ୍ରସ୍ତୁତି ବୈଠକ
  • ଗୋରୁ ବୋଝେଇ କଣ୍ଟେନର ଜବତ, ୩ ଗିରଫ
  • ଯୁବ ବ୍ୟାବସାୟୀଙ୍କ ଅକାଳ ବିୟୋଗ
  • ନିମ୍ନ ଲିଂକରେ କ୍ଲିକ କରି ଆଜିର ଇ-ପେପର ଡାଉନଲୋଡ କରନ୍ତୁ
Home
ସାହିତ୍ୟ
ଗଳ୍ପ
ଗଳ୍ପ: ରଦି ବେପାରୀ

ଗଳ୍ପ: ରଦି ବେପାରୀ

Manas Kumar Rout | January 23, 2019 |
Spread the love
     

ଡ୍ରାଇଭର ଗୋପି ସାମ୍ନାରେ ଆସି ଠିଆହୋଇ ବିନୀତ ସ୍ୱରରେ ସରୋଜଙ୍କୁ କହିଲା, “ସାର୍ ପିଣ୍ଟୁ ବାବୁଙ୍କ ପୁରୁଣା ବହିଗୁଡାକ ଦେଲେ ଏବର୍ଷ ମୋ ପୁଅ ର କାମରେ ଆସନ୍ତା।ଫାଷ୍ଟ ଡିଭିଜନ ରେ ମେଟ୍ରିକ ପାସ କରିଛି ପୁଅ।ଏବର୍ଷ ସେ ଯୁକ୍ତଦୁଇ ବିଜ୍ଞାନରେ ଆଡ଼ମିସନ ନେବ।ମାଙ୍କୁ ଟିକେ କୁହନ୍ତେ।”

   ପିଣ୍ଟୁ,ସରୋଜଙ୍କ ପୁଅ,ଏବର୍ଷ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଦେଇଛି।

       ବଡ଼ ପାଟିରେ ହସିଦେଇ ସରୋଜ କହିଲା, “ତୋ ପୁଅ ସାଇନ୍ସ ପଢିବ ?ବହୁତ ଭଲ।ଖାଲି ବହି କାହିଁକି ?ତୁ ପିଣ୍ତୁର ସବୁ ନୋଟ ବୁକ୍, ପ୍ରବେଶିକା ପରୀକ୍ଷା ପାଇଁ ବିଭିନ୍ନ କୋଚିଂ ମ୍ୟାଟେରିଆଲ, ଟେଷ୍ଟ ପେପର ନେଇଯିବୁ।ରବିବାର ଦିନ ଘରକୁ ଆସି ସବୁ ନେଇଯିବୁ।”

   କୃତ୍ୟକୃତ୍ୟ ହୋଇଗଲା ଗୋପୀ।”ଭଗବାନ ଆପଣଙ୍କର ମଙ୍ଗଳ କରିବେ ସାର୍।ସେକେଣ୍ଡ ହ୍ୟାଣ୍ଡ ବହି ବି କିଛି କମ ଦାମ ନୁହେଁ ଆମ ଭଳି ଲୋକଙ୍କ ପାଇଁ।”

    ଘରକୁ ଫେରି ସରୋଜ ,ସ୍ତ୍ରୀ ପ୍ରିୟାଙ୍କୁ    ସବୁକଥା କହିଲେ।

– ତମେ ମୋତେ ନପଚାରି ,ଡ୍ରାଇଭରକୁ  କାହିଁକି ବହି ଦେବାକୁ କହିଦେଲ ?

   ଆଶ୍ଚର୍ଯ୍ୟ ହୋଇ ସରୋଜ ପଚାରିଲେ,

 ‘ପିଣ୍ଟୁ ର ବହି ଖାତା ସବୁ କଣ ହେବ ? ଆମର ଆଉ ପିଲା ବି କେହି ନାହାନ୍ତି ଯେ ଆମେ ସାଇତିବା ?’

– ମୋ ଭାଇଙ୍କ ପୁଅ ପରା ଏବର୍ଷ ଦଶମ ପାସ କଲା।ପିଣ୍ଟୁ ର ସବୁ ବହି ତାକୁ ମୁଁ ଦେବି।

    ସ୍ତ୍ରୀଙ୍କୁ ବୁଝାଇଲେ ସରୋଜ, “ତମ ଭାଇ ବଡ଼ କମ୍ପାନୀ’ର ଜଣେ ଉଚ୍ଚ ପଦସ୍ତ ଅଫିସର।ଲକ୍ଷ ଲକ୍ଷ ଟଙ୍କା ମାସକୁ ଦରମା ପାଉଛନ୍ତି।ପିଣ୍ଟୁ ର ପୁରୁଣା ବହି ତୁମ ପୁତୁରା ପଢିବ ?ସେମାନେ ପୁଣି ଅନ୍ୟ ରାଜ୍ୟରେ ରହୁଛନ୍ତି।ଏତେ ବାଟ ବହି ସବୁକେମିତି ପଠାଇବ ? ଗୋପିଟା ଗରିବ ମଣିଷ ଓ ଏ ବହିସବୁ ତା ପୁଅ କାମରେ ଆସିବ।”

–  ମୋ ଘର ଲୋକଙ୍କୁ ବହି ନଦେଇ ବାହାର ଲୋକକୁ କାହିଁକି ଦେବି ?ତମେ ଆଉ ଯୁକ୍ତି କରନା।

     ସରୋଜ ଜାଣିପାରୁନଥିଲେ ଗୋପୀକୁ କଣ କହିବେ।ଲାଜ ମାଡୁଥିଲା ତାଙ୍କୁ।ସପ୍ତାହେ ପାଇଁ ଟୁରରେ ସେ ବମ୍ବେ ଯିବେ।ଫେରିଲା ପରେ ବରଂ ପଇସା ଦେଇଦେବେ ତାକୁ।

ଟୁର ରୁ ଫେରି ଘରକୁ ପଶିଲା ବେଳକୁ ସରୋଜ ଦେଖିଲେ ଗୋଟେ ରଦିବେପାରି ଦୁଇ,ତିନିଟା ବସ୍ତାରେ କଣ ସବୁ ପଶେଇକି ନେଉଥିଲା।

– ଭାଇ ର ପୁଅ ଜିଦି କଲା କମର୍ସ ପଢିବାକୁ।ସେଥିପାଇଁ ବହି,ଖାତା ସବୁ ବିକିଦେଲି।ଦୁଇ ଶହେ କୋଡିଏ ଟଙ୍କା ମିଳିଲା।ବଦମାସ ଠକ ଲୋକଟା କେଜି ଚାରିଟଙ୍କା ହିସାବରେ ନେଲା; ସେଥିରେ ପୁଣି ଦଣ୍ଡି ମାରି ଆଉ ଦଶ କୋଡିଏ କିଲୋ ନେଇଯାଇଥିବ।”

    ଆକାଶରୁ ଗଳି ପଡ଼ିଲା ଭଳି ଲାଗିଲା ସରୋଜକୁ।ଛିଃ, ଏତେ ତଳକୁ ଯାଇ ପାରିଲା ପ୍ରିୟା ?ସାମାନ୍ୟ କେତେଟା ଟଙ୍କା ପାଇଁ ଅଥବା ଡ୍ରାଇଭର କୁ ବହି ନଦେବାର ଜିଦି ?

ବାହାରେ ଗୋପି ନିଶ୍ଚୟ ଦେଖିଥିବ ରଦି ବେପାରୀ ପିଣ୍ଟୁ’ର ବହି ସବୁ ନେଇଯାଉଥିବାର ଦୃଶ୍ୟ।କଣ ଭାବୁଥିବ ସେ ?ସେଇଥିପାଇଁ କହିଥିଲା କି ମା’ଙ୍କୁ ଟିକେ କହିବେ?

ନିଜକୁ ଅସହାୟ ଲାଗୁଥିଲା।ଗୋପି ର ପୁଅ ଗଣେଷ’ର ମୁହଁଟା ମନେପଡିଯାଉଥିଲା।

ଅଫିସ ଗଲାବେଳେ ବାଟରେ ଗୋପି ହାତକୁ କିଛି ଟଙ୍କା ବଢ଼ାଇ ଦେଇ କହିଲେ,”ଏଇ ଟଙ୍କା ରଖ ଗୋପୀ, ପୁଅର ବହି କିଣିବୁ।”

– ନାଇଁ ସାର୍,ଟଙ୍କା ଦରକାର ନାହିଁ। ବହି ଖାତା ସବୁ ସେଇ ଚିହ୍ନା ରଦିବେପାରୀ ଗୋବିନ୍ଦଠୁ ଆଣିଲି।ଆପଣଙ୍କ ଡ୍ରାଇଭର ବୋଲି ସେ ମୋତେ ଜାଣେ।

        ଛେପ ଢ଼ୋକି ସରୋଜ ପଚାରିଲେ,”କେତେ ଟଙ୍କା ନେଲା ତୋ ଠାରୁ ସେ ରଦି ବେପାରୀ ?

-ଗୋବିନ୍ଦ ଭାରି ଭଲ ଲୋକଟା ସାର।ଯେମିତି ଜାଣିଲା  ମୋ ପୁଅ’ର ପଢିବାକୁ ସେଇ ବହି ଦରକାର ,ମାଗଣାରେ ସବୁତକ ଦେଇଦେଲା।ପଇସା ଯାଚିଲାରୁ ମନା କରି କହିଲା,”ପିଲାବେଳେ ପାଠ ପଢିବାକୁ ବହି ପତ୍ର ପାଇନଥିଲି ବୋଲି ଆଜି ରଦିବେପାର କରୁଛି।ତୋ ପୁଅ ପାଠ ପଢି ତୋ ବାବୁଙ୍କ ଭଳି ବଡ଼ ଅଫିସର ହେଉ।”

    ଦେହରେ କରେଣ୍ଟ ଲାଗିଲା ଭଳି ଏକ ଅନୁଭବ। ଝଣଝାଣ ହୋଇ ଛାତି ଭିତରେ କିଛି ଭାଙ୍ଗି ଯାଉଥିଲା ସରୋଜଙ୍କ’ର।ତାଙ୍କୁ ଲାଗିଲା ସେ ନିଜେ ଯେମିତି ରଦି ବେପାରୀ ବନି ଯାଇଛନ୍ତି ;ଅଥବା ତା’ଠାରୁ ବି ନ୍ୟୁନ !

 

Related Posts

ଜାଣନ୍ତୁ କେଉଁଠି ରହିଛି ସାଲବେଗଙ୍କ ସ୍ମୃତିପୀଠ ଯାହାକି ଏକ ପ୍ରସିଦ୍ଧ ସ୍ଥାନ

June 21, 2020 | Manas Kumar Rout |
ଅଧିକ ପଢନ୍ତୁ

Buddhism in Thailand

January 6, 2019 | Manas Kumar Rout |
ଅଧିକ ପଢନ୍ତୁ

ସୁରକ୍ଷିତ ଦୀପାବଳି ପାଇଁ ଅଗ୍ନିଶମର ବ୍ୟାପକ ପ୍ରସ୍ତୁତି

October 26, 2019 | Sandhan News |
ଅଧିକ ପଢନ୍ତୁ

ଅଲାରନାଥଙ୍କ ଖିରୀ ଭୋଗ: ଏକ ଆଲେଖ୍ୟ

July 1, 2018 | Manas Kumar Rout |
ଅଧିକ ପଢନ୍ତୁ

About The Author

Manas
More From This Author

Add Comment

Cancel reply

HAPPY NEW YEAR-2024

NETANKA SALARY PENSION

https://www.youtube.com/watch?v=F08PxOH-G8A&t=60s

ସ୍ୱତନ୍ତ୍ର

ମନେ ପଡନ୍ତି: ସ୍ୱାଧୀନତା ସଂଗ୍ରାମୀ ରମାଦେବୀ

ଗୁରୁ ନାନକ

ଚୈତନ୍ୟ

ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପ୍ରତ୍ନତ‌ତ୍ତ୍ୱବିଦ୍ ରମେଶ ପ୍ରସାଦ ମହାପାତ୍ର

ସେପ୍ଟେମ୍ବର ମାସର ସନ୍ଧାନ ନିୟୁଜର ନିମ୍ନରେ ଥିବା ଲିଙ୍ଗରେ କ୍ଲିକ୍ କରି ଡାଉନଲୋଡ କରନ୍ତୁ

Buddhism during the Bhaumakara Period: A case of study on Social life in Odisha

ପରାଧୀନ ଭାରତର ମୁକ୍ତିପୀଠ ରକ୍ତତୀର୍ଥ ଇରମ

Urgent Required

  • Popular
  • Recent

Dibyadrasana

https://www.youtube.com/watch?v=Y2c8N7c5BzI&t=209s

ନୋଟିସ୍

ପ୍ରତିନିଧି ଆବଶ୍ୟକ 

ସ୍ୱତନ୍ତ୍ର ପ୍ରତିନିଧି ଆବଶ୍ୟକ, ଯୋଗାଯୋଗ-୯୪୩୭୮୧୯୩୭୫, ଶିକ୍ଷାଗତ ଯୋଗ୍ୟତା: +୩ (ସମ୍ମାନ) ବା ପ.ଜି ଯେକୈଣସି ବିଷୟରେ

FOR GOVT AND PRIVATE JOBS INFORMATION CONTACT-9437819735

Admission Open DU Public School Chandikhole Jajpur

Recent Posts

  • ନିମ୍ନ ଲିଂକରେ କ୍ଲିକ କରି ଆଜିର ଇ-ପେପର ଡାଉନଲୋଡ କରନ୍ତୁ
  • ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରେ ଜନ ଶୁଣାଣି ଶିବିର ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ ଦ୍ୱାରା ଉଦଘାଟିତ।
  • ଶ୍ରୀମନ୍ଦିର ର ରତ୍ନ ଭଣ୍ଡାର ଅଳଙ୍କାର ଗଣତି ଶୀଘ୍ର ଆରମ୍ଭ କରାଯିବ
  • ସାମାନ୍ୟ ବଚସାରୁ ଗୋଡେଇ ଗୋଡେଇ ଟାଙ୍ଗିଆ ରେ ହାଣି ହତ୍ୟା
  • ଶିକ୍ଷାନିକେତନର ୨୨ ତମ ବାର୍ଷିକ ଉତ୍ସବ ପାଳିତ
  • ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ 
  • ପଞ୍ଚୁଦଣ୍ଡ ପରିଚାଳନା ସମିତି ତରଫରୁ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ନିମନ୍ତେ ପ୍ରସ୍ତୁତି ବୈଠକ
  • ଗୋରୁ ବୋଝେଇ କଣ୍ଟେନର ଜବତ, ୩ ଗିରଫ
  • ଯୁବ ବ୍ୟାବସାୟୀଙ୍କ ଅକାଳ ବିୟୋଗ
  • ନିମ୍ନ ଲିଂକରେ କ୍ଲିକ କରି ଆଜିର ଇ-ପେପର ଡାଉନଲୋଡ କରନ୍ତୁ

Alochana new episode

https://www.youtube.com/watch?v=h2Jlw6Dbk9g&t=31s

PURCHESH THIS BOOK ONLY @ rS-500

Copyright © 2026 Sandhan News 
  • About Us|
  • Contact Us|
  • Recruitment|