ଗରିବ ଲୋକଙ୍କ ନାମରେ ଆଧାରା ଲିଙ୍କ ନକରିବାରୁ ଗରିବ ଲୋକେ ଚାଉଳ ପାଇବାରୁ ବଂଚିତ; ଧର୍ମଶାଳା ଏମ ଆଇଙ୍କ ନାମରେ ହାଇକୋର୍ଟରେ ମାମଲା ଦାୟର, କାହିଁକି ବନ୍ଧା ହେବେନି ଏମ ଆଇ

Spread the love

ଧର୍ମଶାଳା, ୨୭/୧୦ (ସନ୍ଧାନ ନିୟୁଜ/ନାରାୟଣ ରଥ) ଯାଜପୁର ଜିଲ୍ଲାରେ ଧର୍ମଶାଳା ବ୍ଲକ ସର୍ବଦା ଦୁର୍ନିତିର ଚରମ ଶିଖରରେ ପଂହଚିଛି । ଏଠି ଏମ.ଆଇ ମୋଟା ଅଙ୍କର ଟଙ୍କା ନେଇ ଗରିବ ଲୋକଙ୍କ ଆଧାର ଲିଙ୍ଗ ନକରିବାରୁ ବହୁ ଗରିବ ରାସନ ଚାଉଳ ପାଇବାରୁ ବଂଚିତ ହୋଇଛନ୍ତି । ଏହି ବ୍ଲକର ବହୁ ପଂଚାୟତର ଗରିବ ମାନେ ଚାଉଳ ପାଇନଥିବାରୁ ଆସନ୍ତୋଷ ବଢ଼ିବାରେ ଲାଗିଛି । ନେଉଳପୁୀର ସେକ୍ ରିୟାଜ ଗରିବ ଲୋକଙ୍କ ଚାଉଳ ନଦେବା ସହିତ ଚାଉଳ ମାରିକି ଖାଇବାରେ ଲାଗିଛି । ପଚାରିଲେ ବ୍ଲକରୁ କାଟିଦିଆଯାଇଛି କହି ଫେରାଇଦେବାରେ ଲାଗିଛି । ଏହାକୁ ନେଇ କେତେକ ହିତାଧିକାରୀ ଏବଂ ସମାଜସେବୀ ଧର୍ମଶାଳା ଏମ.ଆଇଙ୍କ ନାମରେ ଉଚ୍ଚନ୍ୟାୟଳୟରେ ଏକ ମାମଲା ଦାୟର କରିଛନ୍ତି । ଏଥିରେ ଧର୍ମଶାଳା ବିଡିଓ ଏବଂ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ତେବେ ଜଣେ ଭୂଲ ପାଇଁ ଗରିବ ଲୋକମାନେ କଣ ପାଇଁ ଚାଉଳ ପାଇବେ ନାହିଁ ବୋଲି ପ୍ରଶ୍ନ ଉଠାଇବା ସହତି ଧର୍ମଶାଳା ଏମ.ଆଇଙ୍କ କଣ ପାଇଁ ଗିରଫ କରାଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏହି ବ୍ଲକର ପ୍ରାୟ ୧୫୦୦୦ରୁ ଅଧିକ ଗରିବ ଲୋକ ଏବେ ଚାଉଳ ପାଉନଥିବା ଜଣାପଡିଛି । ତେବେ ଏମ.ଆଇଙ୍କୁ ଗିରଫ କରିବାକୁ ହିତାଧିକାରୀ ମାନେ ଦାବି କରିଛନ୍ତି । ଏପରକି ଏମଆଇଙ୍କ ନାମରେ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଅଭିଯୋଗ କରାଯାଇଛି । ନେଚତ୍ ହତାଧିକାରୀ ମାନେ ଆଇନକୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି ।

Related Posts

About The Author

Add Comment