ଗଣମାଧ୍ୟମ ପ୍ରଭାବରେ ହରିପୁର ଆର.ଡି ରାସ୍ତା କାର୍ଯ୍ୟ ଚାଲିଚି

Spread the love

ଯାଜପୁର, ୫/୩/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିପୁର ହାଇସ୍କୁଲ ନିକଟରୁ ଆସିଥିବା ଆରଡି ରାସ୍ତା ମରଣ ଯନ୍ତା ପାଲଟିଥିବା ବେଳେ, ଏହି ଖବର ଗଣମାଧ୍ୟରେ ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ଏହି ରାସ୍ତା କାର୍ଯ୍ୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଆର.ଡି କଙ୍କି୍ରଟ୍ ରାସ୍ତା ନିର୍ମାଣ କରାଯାଉଚି । ହରିପୁର ପୋଖରୀହୁଡ଼ା ନିକଟରୁ ଆରମ୍ଭ କରାଯାଇ ବନ୍ଧଡିହକୁ ଆସିଥିବା ଏହି ଆର.ଡି ରାସ୍ତା କାର୍ଯ୍ୟ କରାଯାଉଚି । ଏହି ନିର୍ମାଣ କରାଯାଉଥିବାରୁ ବରୀ ବିଧାୟିକା ସୁନନ୍ଦା ଦାସ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ରାସ୍ତା ଦେଇ କଟକ ଅଭିମୁଖେ ପ୍ରତିଦିନ ଚାରିଟା ବସ୍ ଯାତାୟତ କରୁଥିବା ବେଳେ, ଏହି ରାସ୍ତା ଦେଇ ୧୦ ଖଣ୍ଡି ମୌଜାର ଗ୍ରାମବାସୀ ମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ବିଶେଷ କରି ଏହି ରାସ୍ତା କାର୍ଯ୍ୟ କରାଯାଉଥିବାରୁ ଗଣମାଧ୍ୟକୁ ଗ୍ରାମବାସୀ କୃତଜ୍ଞତା ଜଣାଇଛନ୍ତି ।

Related Posts

About The Author

Add Comment