ଚଣ୍ଡିଖୋଲ, ୧୬/୯(ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକ ଅନ୍ତର୍ଗତ ଗଡମଧୁପୁର ଠାରେ ଥିବା ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପରୁ ଲୋକେ ପାଣି ପାଉ ନାହାନ୍ତି । ଏହି ପ୍ରକଳ୍ପରୁ ଗ୍ରାମର ଅଧା ଲୋକ କାଁ ବାଁ ପାଣି ପାଉଥିବା ବେଳେ ଅଧିକାଂଶ ଲୋକ ପାଣୀ ପାଉ ନାହାନ୍ତି । ଏଥିନେଇ ଦୀର୍ଘ ଦିନ ହେବ ଚଣ୍ଡିଖୋଲସ୍ଥିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଡିଭିଜନକୁ ଜଣାଉଥିଲେ ମଧ୍ୟ ସୁଫଳ ମିଳୁ ନାହଁ । ଗଡମଧୁପୁରର ଇନ୍ଦ ପଡିଆ ଠାରେ ଉକ୍ତ ପ୍ରକଳ୍ପର ବୋରିଂ ପଏଂଟ ରହିଛି । ଏହି ବିøାରିଂ ପଏଂଟରୁ ଟାଙ୍କି ଉପରକୁ ପାଣି ଉଠି ଜନସାଧାରଣଙ୍କୁ ବଂଟନ ପାଇଁ ପ୍ରତ୍ୟେକ ସାହି ରାସ୍ତା କଡରେ ପାଇପ ଲାଇନ ନିର୍ମାଣ ହୋଇଛି । ତେବେ ଅଳ୍ପ ଲୋକ ସଂଖ୍ୟା ଥିବା ଗୋଟିଏ ପଟକୁ ପାଣି ଯାଉଥିଲା ବେଳେ ଅଧିକ ଲୋକ ସଂଖ୍ୟା ଥିବା ପଟକୁ ପାଣି ଯାଇ ପାରୁ ନାହିଁ । ଜାଣି ଶୁଣି ବଂଟନ ଦାୟିତ୍ୱରେ ଥିବା ବ୍ୟକ୍ତି ଏପରି କରୁତôବା ଅଭିଯୋଗ ହୋଇଛି । ଏହି ପ୍ରକଳ୍ପ ଆରମ୍ଭ ଦିନ ଠାରୁ ଏପରି ଅବସ୍ଥା ।ଗି ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ତାର ସ୍ଥାୟୀ ସମାଧାନ କରୁ ନାହାନ୍ତି । ଏ ସଂପର୍କରେ ଧର୍ମଶାଳା ବିଡିଓ ଓ ଚଣ୍ଡିଖୋଲସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବାର ଅନରୋଧ ପରେ ମଧ୍ୟ ଏଥିପ୍ରତି କାହାର ନଜର ପଡୁନାହିଁ । ନାମକୁ ମାତ୍ର କିଛିଦିନ ପାଣି ଦେଇ ଲୋକମାନଙ୍କୁ ହଇରାଣ କରାଯାଉଛି । ବିଭାଗୀୟ ଜେଇଙ୍କୁ ଅଭିଯୋଗ କଲେ ସେ ପଂଚାୟତର ଦୋଷ ଦେଉଥିବା ବେଳେ ପଂଚାୟତ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉପରେ ପାଲଟା ଦୋଷ ଦେଉଛି । ଅପର ପକ୍ଷରେ ପାଇପ ଲାଇନରୁ ଅନେକ ଲୋକ ବିଭିନ୍ନ ସ୍ଥାନରେ ମଟୋର ଦ୍ୱାରା ପାଣି ନେଇ ଯାଉଥିଲା ବେଳେ ଆଉ କେତେକ ସ୍ଥାନରେ ପାଇପ ଫାଟି ପାଣି ନଷ୍ଟ ହେଉଛି । ତାହାକୁ ମଧ୍ୟ କେହି ଦେଖୂ ନାହନ୍ତି । ଫଳରେ ପିଇବାକୁ ପାଣୀ ମୁନ୍ଦାଏ ନପାଇ ଲୋକେନ ନାହିଁ ନଥିବା ହୀନସ୍ତ ।ଭୋଗୁଛନ୍ତି । ଏଥିପ୍ରତି ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।
ଗଡମଧୁପୁର ପାନୀୟ ଜଳ ପ୍ରକଳ୍ପରୁ ଲୋକେ ପାଣି ପାଉ ନାହାନ୍ତି
|
September 17, 2019 |