ସୁନ୍ଦରଗଡ, ୧୧/୬/୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ ) : ତଲସରା ଥାନା ଅନ୍ତର୍ଗତ ସବଡେଗା ବ୍ଲକ ର ରାଶିପତ୍ରା ଗ୍ରାମର ବିସିକେସନ ଶତପଥୀଙ୍କ ଘରୁ ଆଜି ସମ୍ବଲପୁର ରୁ ଆସିଥିବା ଅବକାରୀ ବିଭାଗ ହଠାତ ଚଢ଼ାଉ କରି ବ୍ୟାପକ ପରିମାଣରେ ଗଞ୍ଜେଇ ଜବତ କରିବାର ସୂଚନା ମିଳିଛି ତାଙ୍କ ଘର ବାରିପଟ ପାଲ ଗଦାରୁ ଏକ ବସ୍ତା ଗଞ୍ଜେଇ ମିଳିଥିବାବେଳେ ଘରୁ ଦୁଇଟି ବ୍ୟାଗରେ ଭର୍ତି ଗଞ୍ଜେଇ ଜବତ ସହ ଟଙ୍କା ମଧ୍ୟ ଜବତ କରାଯାଇଛି । ଏହି ବେଆଇନ ଚୋରି ଚାଲାଣ ଅଭଯୋଗରେ ଅଭିଯୁକ୍ତ ବିସିକେସନ ଓ ତାଙ୍କ ପୁଅ ଗୁଞ୍ଜନ ସତପଥୀଙ୍କୁ ଘରୁ ଉଠାଇ ନେଇ ତନାଘନା ଜାରି ରହିଛି । କେତେ ପରିମାଣରେ ଗଞ୍ଜେଇ ଓ ଟଙ୍କା ଜବତ କରାଯାଇଛି ତାହା ଅବକାରୀ ବିଭାଗ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ଜଣାପଡିନାହିଁ । ଦୀର୍ଘ ଦିନରୁ ଏହି ଗଞ୍ଜେଇ ବେପାର କରୁଥିବା ବେଳେ, ବୌଦ୍ଧ ଅଞ୍ଚଳ ତଥା ଆଉ କେତେକ ଅଞ୍ଚଳରୁ ଗଞ୍ଜେଇ ଆଣି କୁଚିଆ ମାନଙ୍କୁ ବିକ୍ରି କରିବା ସହିତ ଛତିଶଗଡ଼ ଚାଲାଣ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗତବର୍ଷ ମଧ୍ୟ ଅଭଯୁକ୍ତଙ୍କ ଠାରୁ ଗଞ୍ଜେଇ ଜବତ କରାଯାଇଥିଲା ମାତ୍ର କିଛି ରାଜନେତାଙ୍କ ଛତ୍ରଛାୟା ତଳେ ରହି କୌଣସି ପ୍ରକାରେ ବର୍ତୀ ଯିବାକୁ ସକ୍ଷମ ହୋଇଥିଲେ । ଅଭିଯୁକ୍ତ ଏକା ନୁହେଁ ଏଭଳି ଆଉ ଅନେକ ଲୋକ ରାଶିପତ୍ରା ଗ୍ରାମରେ ଥିବା ଓ ସେମାନେ ଟ୍ରକ ଓ ପିକଅପ ମାଧ୍ୟମରେ ଗଞ୍ଜେଇ ଚୋରା ଚାଲାଣ କରୁଥିବାର ସୂଚନା ମିଳିଛି । ସୂତ୍ରରୁ ଜଣାପଡ଼ିଛି ଯେ ଏବେ ପଯ୍ୟନ୍ତ ୧୦ରୁ ଉର୍ଦ୍ଧ ଗଞ୍ଜେଇ ବେପାରୀ ଧରା ପଡ଼ିଥିଲେ ମଧ୍ୟ ଅର୍ଥ ବଳରେ ହାତ ଛଡା ହେବାର ସୂଚନା ମିଳିଛି ।
ଗଞ୍ଜେଇ ସହ ଟଙ୍କା ଜବତ, ବାପ ପୁଅ ଗିରଫ
|
June 11, 2021 |



