ଖଲ୍ଲିକୋଟ ଅଞ୍ଚଳର ୧୭ ବର୍ଷିୟା ନାବାଳିକା ମା’ ହେବା ଘଟଣା: ନ୍ୟାୟ ପାଇଁ ଅଣ୍ଟା ଭିଡିଲା ମହିଳା ସଂଘ

Spread the love

ଖଲ୍ଲିକୋ, ୮/୬ (ସନ୍ଧାନ ନିୟୁଜ) ଖଲ୍ଲିକୋଟ ବ୍ଲକ ଅଞ୍ଚଳର ଜଣେ ୧୭ ବର୍ଷିୟା ନାବାଳିକା ମା’ ହେବା ଘଟଣାରେ ନ୍ୟାୟ ପାଇଁ ମହିଳା ସଂଘ ଅଣ୍ଟା ଭିଡିଛନ୍ତି। ନାବଳିକା ମା’ ହେବା ଘଟଣା ନେଇ ଖଲ୍ଲିକୋଟ ଥାନାରେ ପୂର୍ବରୁ ଏତଲା ହୋଇଥିଲା। ପୋଲିସ ମକଦ୍ଦମା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ ଜାରି ରଖିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ପରିବାର ଲୋକେ ନୀରବ ରହୁଥିବାରୁ ନାବାଳିକାଙ୍କୁ ନ୍ୟାୟ ପାଇଁ ଗ୍ରାମର ୧୨ଟି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ମଙ୍ଗଳବାର ଗ୍ରାମରେ ବୈଠକ କରିଥିଲେ। ନ୍ୟାୟ ନ ମିଳିଲେ ଆନ୍ଦୋଳନ କରିବେ ବୋଲି ଶୁଣାଇ ଦେଇଥିଲେ। ଗୁରୁବାର ରାତ୍ରରେ ପ୍ରତାରକ ପ୍ରେମିକର ମା’ଙ୍କୁ ଘରୁ ଡ଼ାକି ପୁଅକୁ ଡକାଅ କହି ଗାଁ ମଝିରେ ବାନ୍ଧି ରଖିଥିଲେ । ଖବରପାଇ ଖଲ୍ଲିକୋଟ ପୋଲିସ ପହଞ୍ଚତ୍ ଉକ୍ତ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇଥିଲା। ମହିଳା ଗୋଷ୍ଠୀ ପୋଲିସ ଗାଡ଼ିକୁ ଅଟକାଇ ରାତିସାରା ରଖିଥିଲେ। ଶୁକ୍ରବାର ସକାଳେ ଛତ୍ରପୁର ଏସଡିପିଓ ଉକତ୍ଳ କେଶରୀ ଦାସ, ଖଲ୍ଲିକୋଟ ଆଇଆଇସି ସୁନୀଲ କୁମାର ବେହେରା ଓ ଅନ୍ୟ ପୋଲିସ କର୍ମଚାରୀ ଗ୍ରାମରେ ପହଞ୍ଚତ୍ ବୁଝାଶୁଝା କର ଅଭିଯୁକ୍ତଙ୍କ ମା’ଙ୍କୁ ଉଦ୍ଧାର କରିଥିଲେ । ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଅଭିଯୁକ୍ତ ଗିରଫ ନ ହେଲେ ଏବଂ ନାବାଳିକାଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନ ହେବ ବୋଲି ମହିଳା ଗୋଷ୍ଠୀ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ବିବାହ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଶାରିରୀକ ସମ୍ପର୍କ ରଖିବାରୁ ନାବାଳିକା ଜଣଙ୍କ ଅନ୍ତସତ୍ତ୍ବା ହୋଇଥିଲେ। ଏହା ଜାଣିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଗତ ୩୧ ତାରିଖରେ ନାବାଳିକା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

Related Posts

About The Author

Add Comment