କ୍ୱାରେନଟାଇନ୍ ସେଣ୍ଟରରେ କୋଲକାତା ଫେରନ୍ତାଙ୍କ ମସ୍ତି

Spread the love

ଭଦ୍ରକ, ୦୫/୦୫/୨୦ (ସନ୍ଧାନ ନିଉଜ) : ମହାମାରୀ କରୋନାକୁ ନେଇ ସମଗ୍ର ବିଶ୍ୱବାସୀ ଯେତେବେଳେ ପ୍ରମାଦ ଗଣୁଛନ୍ତି, ସେତେବେଳେ ଖୋଦ୍ ଜିଲା ପ୍ରଶାସନର ଆଖିରେ ଆଙ୍ଗୁଳି ଗେଂଜି କ୍ୱାରେନଟାଇନ୍ ସେଣ୍ଟରରେ ରହିଥିବା ଯୁବକମାନେ ଫୁଲ୍ ଦମ୍‌ରେ କରୁଛନ୍ତି ମସ୍ତି। ଏଥିରେ ନା ଅଛି ସାମାଜିକ ଦୂରତ୍ୱର ବାଧକ, ନା ଅଛି ସରକାରୀ ନିର୍ଦ୍ଦେଶନାମାର ଭୟ। କେବଳ ମସ୍ତି ନୁହେଁ, ଏହାକୁ ସେମାନେ ଟିକ୍‌ଟ୍‌କ ଭିଡିଓ କରି ସୋସିଆଲ ମିଡିଆରେ ବି ଭାଇରାଲ ହେଉଛି। ଏଭଳି କିଛି ଦୃଶ୍ୟ ଭଦ୍ରକ ଜିଲାର ଏକ ନିର୍ଦ୍ଦିଷ୍ଟ କ୍ୱାରେନଟାଇନ୍ ସେଣ୍ଟରରେ ଦେଖିବାକୁ ମିଳିଛି। ଏହି ଟିକ୍‌ଟକ୍ ଦୃଶ୍ୟରେ ସେମାନଙ୍କ ମୁହଁରେ ନାଁ ଅଛି ମାସ୍କ, ନା ଅଛି ସାମାଜିକ ଦୂରତ୍ୱର କଟକଣା। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଭଦ୍ରକ ଜିଲାର ତିହିଡି ବ୍ଲକ୍ ଭାଟପଡା ପଂଚାୟତରେ ଥିବା ଏକ କ୍ୱାରେନଟାଇନ୍ ସେଣ୍ଟରରେ। ଯାହା ଜଣାଯାଏ କିଛି କୋଲକାତା ଫେରନ୍ତାଙ୍କୁ କରୋନା ସଂକ୍ରମଣ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ଏହି ସେଣ୍ଟରରେ ରଖାଯାଇଛି, ଖାଇବା ପିଇବାରେ କୌଣସି ଅଭାବ ନାହିଁ। ମାତ୍ର ଏହି ସେଣ୍ଟରରେ ରହୁଥିବା କିଛି ନିର୍ଦ୍ଦିଷ୍ଟ ଓଡ଼ିଶା ଫେରନ୍ତାଙ୍କ ଅଭିଯୋଗ ମୂଳେ ଉକ୍ତ ସେଣ୍ଟରରେ ରହିବାର ୭ ଦିନ ପରେ ହୋଇଥିବା ସ୍ୱାବ୍ ଟେଷ୍ଟ ନେଗେଟିଭ୍ ଆସିବା ପରେ ସେମାନେ ଘରକୁ ଫେରିବା ନେଇ ଜିଦ୍ ଧରିଥିଲେ। ମାତ୍ର ସ୍ଥାନୀୟ ସରପଞ୍ଚ ସରକାରଙ୍କ ବିଧିବଦ୍ଧ ନିୟମ ମୂଳେ ତାହାକୁ ସହଯୋଗ ନକରିବାରୁ ସେମାନେ ଜାଣିଶୁଣି ଏହିଭଳି ନକରାତ୍ମକ କାର୍ଯ୍ୟ କରୁଥିବାର ସଫେଇ ଦେଇଛନ୍ତି। ତେବେ ସ୍ଥାନୀୟ ଭାଟପଡା ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା ଏ ସଂପର୍କରେ ସ୍ଥାନୀୟ ଥାନାରେ ସଂପୃକ୍ତ ୭ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଦେଇଥିବାର ଜଣାପଡିଛି। ତାଙ୍କ ଅଭିଯୋଗ ପତ୍ର ମୂଳେ ସେମାନେ ସରକାରୀ ନିୟମକୁ ନମାନି ସ୍ୱାବ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ନିଜ ନିଜର ଘରକୁ ଯିବାପାଇଁ ଅଡି ବସିଥିଲେ। ମାତ୍ର ପ୍ରଶାସନର ନିର୍ଦ୍ଦେଶ ମୂଳେ ସେ ଏଥିପାଇଁ ଅନୁମତି ନଦେବାରୁ ସେମାନେ ମିଛରେ ତାଙ୍କୁ ବଦନାମ କରିବା ପାଇଁ ନିମ୍ନମାନର ଖାଦ୍ୟ ଓ ଅନ୍ୟ ଅଭିଯୋଗମାନ କରୁଥିବାର ଗଣମାଧ୍ୟମକୁ କହିଛନ୍ତି। ଏହି ଘଟଣାରେ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ସେମାନଙ୍କ ନାମରେ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଥିବାର ଜଣାପଡିଛି।

Related Posts

About The Author

Add Comment