ନୂଆଦିଲ୍ଲୀ, ୩୧/୦୧/୨୨(ସନ୍ଧାନ ନ୍ୟୁଜ): କୋହଳ ହେଲା ନିର୍ବାଚନ କଟକଣା । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ପୂର୍ବ କଟକଣାକୁ କୋହଳ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ୍ ।
ଏଣିକି ନିର୍ବାଚନ ରାଲିରେ ହଜାରେ ଲୋକ ସାମିଲ ହୋଇପାରିବେ । ଏବଂ ଘରକୁ ଘର ବୁଲି ପ୍ରଚାର କରିବା ସମୟରେ ପ୍ରାର୍ଥୀ ମାନେ ୨୦ ଜଣଙ୍କୁ ସାଙ୍ଗରେ ନେଇପାରିବେ ବୋଲି ଆଜି ଇଲେକ୍ସନ୍ କମିଶନ୍ ସ୍ପଷ୍ଟ କରିଛନ୍ତି ।
ଏହା ସହିତ ଇନଡୋର ସଭା ଗୁଡିକରେ ୫୦୦ ଲୋକ ସାମିଲ ହୋଇପାରିବେ । ପୂର୍ବରୁ ଜାରି ନିର୍ବାଚନୀ କଟକଣାକୁ ପୁଣି ଥରେ ଫେବୃଆରୀ ୧୧ ପର୍ଯ୍ୟନ୍ତ ବୃଦ୍ଧି ପରାଯାଇଛି ମାତ୍ର ପୂର୍ବ ଅପେକ୍ଷା ଅନେକ ମାତ୍ରାରେ ନିର୍ବାଚନ କଟକଣାକୁ କୋହଳ କରାଯାଇଛି ।
୫ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଥିବା ବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର ଓ ଅନ୍ୟ ଦଳୀୟ ସଭା ଉପରେ କଟକଣା ଲଗାଇଥିଲେ ଇସିଆଇ । ମାତ୍ର ଏବେ ଦେଶରେ କରୋନା ଗ୍ରାଫ୍ ସାମନ୍ୟ ହ୍ରାସ ପାଇଥିବାରୁ ନିର୍ବାଚନ କଟକଣାକୁ ସାମନ୍ୟ କୋହଳ କରାଯାଇଥିବା ସୂଚନା ମିଳିଛି ।