ରାଉରକେଲା, ୧୨/୦୪ (ସନ୍ଧାନ ନିୟୁଜ): କୋରୋନା ପାଇଁ ଦେଶବ୍ୟାପୀ ଲକଡାଉନ ଚାଳିଥିବା ବେଳେ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ବଡଗାଁ ଅଞ୍ଚଳରେ ଅଭାବନୀୟ ଘଟଣା । ହିମାଚଳ ଫେରନ୍ତା ଆନନ୍ଦ ଲାକ୍ରା ନାମକ ଯୁବକଙ୍କ ଆଇସୋଲେସନ କେନ୍ଦ୍ରରେ ଆତ୍ମହତ୍ୟା କରିଥିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ମୃତକ ଜଣକ ହିମାଚଳରୁ ଫେରିଥିବା ବେଳେ ତାଙ୍କୁ କୋରୋନା ସନ୍ଦିଗ୍ଧ ଭାବେ ଏହି ଆଇସୋଲେସନ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଆଜି (ବୁଧବାର) ଆଇସୋଲେସନ କେନ୍ଦ୍ର ପରିସରରେ ଥିବା ଏକ ଗଛରେ ଦଉଡ଼ି ଦେଇ ସେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।
କୋରୋନା ଆଇସୋଲେସନ ସେଣ୍ଟରରେ ଯୁବକଙ୍କ ଆତ୍ମହତ୍ୟା
|
April 12, 2020 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)