କୋରାପୁଟ / ଜୟପୁର ୧/୪ (ସନ୍ଧାନ ନିୟୁଜ)- ରାଜ୍ୟ ବାର କାଉନସିଲର ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ବାର ଆସୋସିଏସନ ର କର୍ମକର୍ତ୍ତା ଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।କେବଳ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ହୋଇଥିବା ଜଣାପଡିଛି ।୩୩୪ଜଣ ସଭ୍ୟଙ୍କ ମଧ୍ୟରୁ ୨୭୮ଜଣ ମତଦାନ କରିଥିଲେ । ସମ୍ପାଦକ ଭାବେ ରବୀନ୍ଦ୍ର କୁମାର ପାତ୍ର ନିକଟତମ ପ୍ରତିଦ୍ୱନ୍ଦୀ ସୁଧୀର କୁମାର ପାଢୀଙ୍କ ଠାରୁ ୨୪୦ଖଣ୍ଡ ଅଧିକ ଭୋଟ ପାଇ ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନ ପ୍ରକ୍ରିୟାକୁ ନିର୍ବାଚନ ଅଧିକାରୀ ସସନନ୍ଦ ମିଶ୍ର ସଭ୍ୟ ଭାବେ ନାତେନ୍ଦ୍ର ନାଥ ନାୟକ, ରବୀନ୍ଦ୍ର କୁମାର ପଣ୍ଡା, ସୁଧାଂଶୁ ଶେଖର ମିଶ୍ର, ସୁଧୀର କୁମାର ତ୍ରିପାଠୀ, ସୁନୀଲ କୁମାର ମହାନ୍ତି, ତ୍ରିନାଥ ସିଂ ଲାଲ ପ୍ରମୁଖ ପରିଚାଳନା କରିଥିଲେ । ୩ ଟା ପରେ ଭୋଟ ଗଣନା କରାଯାଇଥିଲା । ରବୀନ୍ଦ୍ର ପାତ୍ର ଙ୍କ କାଉଣ୍ଟିଙ୍ଗ ପ୍ରତିନିଧି ଭାବେ ବିଜୟ କୁମାର ରାୟ ଜେନାଦେଓ ଓ ସୁଧୀର ପାଢ଼ୀଙ୍କ ପ୍ରତିନିଧି ଭାବେ ପ୍ରସାଦ ରାଓ ଉପସ୍ଥିତ ଥିଲେ । ଏଇୟା ପରେ ନିର୍ବାଚନ ଅଧିକାରୀ ଶ୍ରୀ ମିଶ୍ର ୨୦୧୯-୨୦ ବର୍ଷ ପାଇଁ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ସରୋଜ ଦାସ, ସମ୍ପାଦକ ଭାବେ ରବୀନ୍ଦ୍ର କୁମାର ପାତ୍ର, ଉପ ସଭାପତି ଭାବେ ଶରତ ମାଝୀ, କୋଷାଧ୍ୟକ୍ଷ ଭାବେ ହରିଶ ଚନ୍ଦ୍ର ମୁଦୁଲି, ସହ ସମ୍ପଦକ ଭାବେ ଗିରିଧାରୀ ଖରା, ୭ ଜଣ କମିଟି ସଭ୍ୟ ଭାବେ ଆନନ୍ଦ ରଥ, ଡି ସେସଗିରି ରାଓ, କେ. ଅରୁଣ କୁମାର, କେ ଦିବାକର ରାଓ, ପ୍ରକାଶ ଚନ୍ଦ୍ର ମଲ୍ଲିକ, ପି ଜଗଡ଼ିଶ୍ୱର, ରାଜିୟା ବେଗମଙ୍କ ନାମ ଘୋଷଣା କରିଥିଲେ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।



