ବାରିପଦା ୧୬/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କୋରନା ପାଇଁ ଏବେ ବିବାହ କାର୍ଯ୍ୟକ୍ରମ ଭାବେ ପାଳନ କରାଯାଉଛି । ମହାମାରୀ ପାଇଁ ଯାହା କଟକଣା ଲାଗୁ ହୋଇଛି , ତାକୁ ସମସ୍ତେ ମାନୁଛନ୍ତି । ବର ନିଜ ସାଙ୍ଗରେ ବରଯାତ୍ରୀ ନେଇ ଆଉ କନ୍ୟା ଘରକୁ ଯାଉନି କି ସେଠାରେ ବିବାହ ହେଉନାହିଁ । ବିନା ବାଣ ଓ ରୋଷଣୀରେ ମନ୍ଦିରରେ ବିବାହ କାର୍ଯ୍ୟ ସଂପନ୍ନ ହେଉଛି । ଏଥିରେ କମ୍ ରୁ କମ୍ ବନ୍ଧୁବାନ୍ଧବ ତଥା ସାଙ୍ଗସାଥୀଙ୍କୁ ଦେଖିବାକୁ ମିଳୁଛି । କଟକଣା ଯୋଗୁ ବାହାଘର ନିମନ୍ତ୍ରଣ ପାଇଁ ଗୁଆ କି କାର୍ଡ ଦିଆଯାଉନାହିଁ । ବରଂ ଟେଲିଫୋନ ଓ ମେସେଜ ଦ୍ବାରା ଏହି କାମକୁ ସାରିଦିଆଯାଉଛି । ସେହିପରି ବିବାହ ଭୋଜି ମଧ୍ୟ ଆକର୍ଷଣୀୟ ହେଉନାହିଁ । କଟକଣା ନିୟମ ଅନୁସାରେ ଅଳ୍ପ ବନ୍ଧୁବାନ୍ଧବ, ଅତିଥି ଓ ସାଙ୍ଗସାଥୀଙ୍କୁ ଭୋଜି ପାଇଁ ଡକାଯାଉଛି । ସେମାନଙ୍କ ମଧ୍ୟରେ ଅବଶ୍ୟ ନେତାମନ୍ତ୍ରୀ, ସରକାରୀ ଅଧିକାରୀ ଓ କିଛି ସାମାଜିକ ମର୍ଯ୍ୟାଦା ସମ୍ପନ୍ନ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି । ସେହିପରି କୋରନା ସମୟରେ ବନ୍ଧୁବାନ୍ଧବ, ଅତିଥି ଓ ସାଙ୍ଗସାଥିମାନେ ମଧ୍ୟ ବାହାଘର କି ବାହାଘର ଭୋଜିରେ ଯୋଗଦେବାକୁ ସେତେଟା ଆଗ୍ରହ ଦେଖାଉନାହାନ୍ତି । ଅନ୍ୟ ପକ୍ଷରେ ନିରାଡମ୍ବର ବିବାହ ସାଜସଜ୍ଜା, ଖାଦ୍ୟପେୟ କଲ୍ୟାଣମଣ୍ଡପ,ଭଡାଗାଡି ଆଦି ସହ ଜଡ଼ିତ ଥିବା ଲୋକ କାମ ନ ପାଇ ନିରାଶ ସୋଇଛନ୍ତି ।
କୋରନା ପାଇଁ ନିରାଡମ୍ବର ହେଉଛି ବାହାଘର
|
July 16, 2020 |



