କୋଭିଡ଼ ଯୋଦ୍ଧା ଡା.ଆର.ବି. ମହାପାତ୍ରଙ୍କ ଆଶୁ ଆରୋଗ୍ୟ କାମନା

Spread the love

ରାଉରକେଲା, ୦୩/୦୮/୨୦୨୦ (ସନ୍ଧାନ ନିଉଜ): ଦକ୍ଷିଣ ରାଉରକେଲା ଅଂଚଳର ଜଣାଶୁଣା ଡାକ୍ତର ରାହାସ ବିହାରୀ ମହାପାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  କରୋନାରେ ଆକ୍ରାନ୍ତ ହୋଇ ରାଉରକେଲା କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସେ ନିଜେ ସୋସିଆଲ ମିଡ଼ିଆ ଦ୍ୱାରା ସ୍ୱୀକାର କରିଛନ୍ତି । ଏହି ଘଟଣା ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ପ୍ରଚାରିତ ହେବା ପରେ ତାଙ୍କର ପ୍ରିୟଜନ, ବନ୍ଧୁ ବାନ୍ଧବ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି । ରାଉରକେଲାର ଜଣେ ବିଶିଷ୍ଟ ଚିକିତ୍ସକ, କୋଭିଡ଼ ଯୋଦ୍ଧା, ସମାଜସେବୀ, ସୁଧାରକ, ବହୁ ଅନୁଷ୍ଠାନର ଉପଦେଷ୍ଟା, ମାର୍ଗ ଦର୍ଶକ, ଗାୟତ୍ରୀ ପ୍ରଜ୍ଞାପୀଂର ମୁଖ୍ୟ ପ୍ରବନ୍ଧକ ଟ୍ରଷ୍ଟି ଥିବା ଡାକ୍ତର ଶ୍ରୀ ମହାପାତ୍ରଙ୍କ ଆଶୁ ଆରୋଗ୍ୟ ପାଇଁ ସଚେତନ ନାଗରିକ ମଂଚର ସାଧାରଣ ସମ୍ପାଦକ ପି.ପି. ରାୟ, ପିତବାସ ମିଶ୍ର, ଡକ୍ଟର ଭାବଗ୍ରାହୀ ମହାପାତ୍ର, ନିରଜଂନ ଦାସ, ଜଗବନ୍ଧୁ ଜେନା, ଜଟାଧାରୀ ମାଝୀ, ଉପେନ୍ଦ୍ର ନାୟକ, ନିତ୍ୟାନନ୍ଦ ସେନଗୁପ୍ତ, ଚିତରଂଜନ ଦାସ ଆଦି ସଦସ୍ୟ ମାନେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Related Posts

About The Author

Add Comment