କୋଭିଡ୍ ସଂକ୍ରମିତଙ୍କୁ ଭେଟିଲେ ଜିଲ୍ଲାପାଳ

Spread the love

ବାରିପଦା ୨୭/୯ (ସନ୍ଧାନ ନ୍ୟୁଜ/ ଲିଙ୍ଗରାଜ ପଣ୍ଡା): ବିଶ୍ବରେ କରୋନା ନିଜର କାୟା ବିସ୍ତାର କରିଥିବା ବେଳେ ଓଡ଼ିଶା ତଥା ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଦିନକୁ ଦିନ ସଂକ୍ର ମିତଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଉଥିବା ଦେଖାଯାଉଛି । କୋଭିଡ ହସ୍ପିଟାଲରେ ବହୁ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସରକାରଙ୍କ କୋଭିଡ ଗାଇଡ ଲାଇନ୍ ଅନୁସାରେ ବହୁ ସଂକ୍ରମିତ ନିଜ ଘରେ ସଂଗରୋଧରେ ରହି ସ୍ୱତନ୍ତ୍ର ମେଡିକାଲ ଟିମ୍ ଦ୍ଵାରା ଚି କି ସ୍ଥିତ ହେଉଛନ୍ତି । ବାରିପଦା ସହରାଞ୍ଚଳରେ ସଂଗରୋଧରେ ରହି କୋଭିଡ୍ ଗାଇଡ୍‌ଲାଇନ୍ ଆଧାରରେ ଚିକିତ୍ସିତ ହେଉଥିବା ସଂକ୍ର ମିତଙ୍କ ନିକଟକୁ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମେଡିକାଲ ଟିମ୍ ସହିତ ଗସ୍ତ କରି ସେମାନଙ୍କର ସୁବିଧା-ଅସୁବିଧା ବୁଝିବା ସହିତ ସେମାନେ କିଭଳି ଅଧିକ ଚିକିତ୍ସା ସୁବିଧା ଘରେ ରହି ପାଇ ପାରିବେ ସେ ଦିଗରେ ବିଭାଗୀୟ ଟିମ୍ କର୍ମକର୍ତ୍ତାଙ୍କୁ ଦିଗଦର୍ଶନ ଦେଇଥିବାର ଜଣାଯାଇଛି । ଏହି ଗସ୍ତ ସମୟରେ ଜିଲ୍ଲା ଜରୁରୀ ଅଧୁକାରୀ ସୁଜୟ ପତି ଏବଂ ସଂପୃକ୍ତ ସ୍ବାସ୍ଥ୍ୟ ଟିମ୍‌ର ଅଧୁକାରୀ ତଥା କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Related Posts

About The Author

Add Comment