କୋଟି କୋଟି ଟଙ୍କାରେ ନିର୍ମିତ ପାଣିପାଞ୍ଚାୟତ ର ବସୁଧା ଯୋଜନା ଅଚଳ ,ଗ୍ରୀଷ୍ମ ଦିନରେ ଲୋକେ ପାଣି ପାଇଁ ଡ଼ହଲ ବିକଳ

Spread the love

ସୁନ୍ଦରଗଡ ତା: ୧୦/୪/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ ) ବସୁଧା ଯୋଜନା ମାଧ୍ୟମରେ କୁରୁମକେଲ ଗ୍ରାମ ପଞ୍ଚାୟତରେ କୋଟି କୋଟି ଟଙ୍କାର ପାଣି ଟାଙ୍କି ।ତିଆରି ହେବାର ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅଞ୍ଚଳ ବାସୀଙ୍କ ପାଇଁ ପାଣିର ସୁବିଧା ହୋଇପାରିନାହିଁ । ଅନେକ ସ୍ଥାନରେ ପାଇପ ଲାଇନମଧ୍ୟ ଅସମ୍ପୂର୍ଣ୍ଣ ହୋଇ ପଡିଛି । ବିଗତ ଦିନରେ ପୂର୍ବତନ ସରପଞ୍ଚଙ୍କୁ ପଚରାଜିବାରୁ ପଞ୍ଚାୟତ କୁ ହସ୍ତାନ୍ତର କରାଯାଇ ନ ଥିବା କଥା କହିଥିଲେ । ଏଥିରେ ବର୍ତ୍ତମାନ ସମୟରେ ମଧ୍ୟ ସ୍ଥାନୀୟ ବିଡ଼ିଓ ତଥା ସ୍ଥାନୀୟ ପଞ୍ଚାୟତ କତ୍ତୃପକ୍ଷ ଦୃଷ୍ଟି ନ ଦେବା ଅଭିଯୋଗ ହୋଇଛି । କୁରୁମକେଲ ଗ୍ରାମରେ ଗ୍ରୀଷ୍ମ ଦିନରେ ପାଣିର ସୁଵିଧା ପାଇଁ ଚାରି ରୁ ପାଞ୍ଚଟି ନଳକୂପ ଥିବା ବେଳେ କେତେକ ଅଚଳ ଓ କେତେକରୁ ପାଣି ବାହାରି ନଥିବା ଅଞ୍ଚଳବାସୀଙ୍କ ସୁତ୍ରରୁ ଜଣାପଡିଛି । ଏହି ସମୟରେ ଅଞ୍ଚଳର ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ଏଥିରେ ଠିକାଦାର ତଥା ପ୍ରଶାସନର ସମ୍ପୃକ୍ତି ଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି ।

Related Posts

About The Author

Add Comment