କୋଟିପତି କନେଷ୍ଟବଳ, ବାସଭବନ ସମେତ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍‌

Spread the love
ପାଟନା ,(ସନ୍ଧାନ ନିଉଜ) ବିହାରର ପାଟନା ଜିଲ୍ଲାରେ କାର୍ଯ୍ୟରତ ଥିବା କନେଷ୍ଟବଳ ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ତାଙ୍କ ନାମ ହେଉଛି ନରେନ୍ଦ୍ର କୁମାର ଧୀରଜ । ଏହି ମାମଲାରେ ଭିଜିଲାନ୍ସ ତାଙ୍କ ବାସଭବନ ସମେତ ୯ଟି ସ୍ଥାନରେ ରେଡ କରିଛି ।

ପାଟନା ଆରା ମୁଜାଫରପୁର ସ୍ଥିତ ଗ୍ରାମ, ବିଷ୍ଣୁ ନଗର, ଅରୱଲ ଆରାର ଆଦି ବହୁ ସ୍ଥାନରେ ରେଡ୍ ଚାଲିଛି। କେବଳ ଏତିକି ନୁହେଁ ତାଙ୍କ ଭାଇମାନଙ୍କ ନାମରେ ମଧ୍ୟ ବହୁ ଫ୍ଲାଟ୍ ଓ ଜମି ରହିଛି । ଏହା ଛଡ଼ା ମହାବୀର କଲୋନୀରେ ମଧ୍ୟ ଏକ ବଙ୍ଗଳା ରହିଛି।

ଚଢାଉ ବେଳେ ଧୀରଜଙ୍କ ଘରୁ ବହୁ ଦାମୀ ଜିନିଷ ସବୁ ଜବତ ହୋଇଛି। ଗତକାଲି ଧୀରଜଙ୍କ ବିରୋଧରେ ଆର୍ଥିକ ଅପରାଧ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଫଳରେ ଆଜି ଧୀରଜଙ୍କ ବାସଭବନ ସମେତ ୯ଟି ସ୍ଥାନରେ ରେଡ୍ କରିଛି ।

Related Posts

About The Author

Add Comment