କୋକସରା ଡିଗ୍ରୀ ମହାବିଦ୍ୟାଳୟ ରେ ଇନୋଭସନ ଓ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଉଦଯାପିତ।

Spread the love

କଳାହାଣ୍ଡି, ୧/୪/୨୬ (ସନ୍ଧାନ ନ୍ୟୁଜ )   କଳାହାଣ୍ଡି ଜିଲ୍ଲା କୋକସରା ସଦର ମହକୁମା ସ୍ଥିତ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଇନୋଭସନ ଓ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଉଦଯାପିତ ଅବସରରେ କଲେଜର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଅତିଥି ଭାବେ ବଡ଼ପୋଡାଗୁଡା ଏକ୍ସିସ ବ୍ୟାଙ୍କ ର ଶାଖା ପରିଚାଳକ ମନୋଜ ସେଠି, ଡେପୁଟି ମେନେଜର ରାହୁଲ ବାବୁ, ଅଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ,ଅଧ୍ୟାପକ ଜଗନ ଚନ୍ଦାନି ପ୍ରମୁଖ ମଞ୍ଚାସିନ ଥିଲେ ।ଅଧ୍ୟାପକ ସୁବ୍ରତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା କନକ ମଞ୍ଜୁରୀ ବେହେରା,ବେଦମୟୀ ବାରିକ,ଶୁଭଶ୍ରୀ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ l ୬ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ରେ ସଫଳତାର ସହ ପ୍ରଶିକ୍ଷଣ ନେଇଥିବା ଛାତ୍ରୀଛାତ୍ରିଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହିଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଙ୍କ ମାନସିକ ଦକ୍ଷତା ଓ ସ୍ୱାବଲମ୍ବୀ ହେବାରେ ସହାୟକ ହେବ ବୋଳି ମତ ପ୍ରକାଶ ପାଇଛି। ୬ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ କୁ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Related Posts

About The Author

Add Comment