କେନ୍ଦ୍ର ସରକାର ଜାରି କଲେ କରୋନା ସଂକ୍ରମିତ ହଟସ୍ପଟ ଜିଲ୍ଲା ତାଲିକା

Spread the love

ଭୁବନେଶ୍ୱର, ୧୬/୦୪ (ସନ୍ଧାନ ନିୟୁଜ) ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ଭୁବନେଶ୍ୱର ବଢାଇଲା ଆଉ ଏକ ସମସ୍ୟା । କେନ୍ଦ୍ରର ହଟସ୍ପଟ ବା ରେଡ୍ ଜୋନ ତାଲିକାରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା । ତେବେ ଖୋର୍ଦ୍ଧାକୁ ଅଧିକ ସଂକ୍ରମିତ ଜିଲ୍ଲା ଭାବେ ରଖାଯାଇଥିବା ବେଳେ ଭଦ୍ରକ ଜିଲ୍ଲାରେ ସୀମିତ ଅଂଚଳରେ ସଂକ୍ରମଣ ହୋଇଥିବା ଦର୍ଶାଇ ଭଦ୍ରକକୁ ହଟସ୍ପଟ କ୍ଳଷ୍ଟର ତାଲିକାରେ ରଖାଯାଇଛି । ସେହିପରି ଅଣ-କ୍ଲଷ୍ଟର ତାଲିକାରେ କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, ପୁରୀ, ସୁନ୍ଦରଗଡ଼ ଭଳି ଓଡ଼ିଶାର ୭ ଜିଲ୍ଲା ରହିଛି । ଆଉ ଦେଶର ମୋଟ୍ ୧୭୦ ଜିଲ୍ଲା ହଟସ୍ପଟ ଜିଲ୍ଲା ଭାବେ ତାଲିକା ଜାରି କରିଛନ୍ତି କେନ୍ଦ୍ର ସରକାର ।

Related Posts

About The Author

Add Comment