କେନ୍ଦୁଝର ଜଙ୍ଗଲରେ ଦୁଇ ମୁଣ୍ଡିଆ ସାପ

Spread the love
କେନ୍ଦୁଝର, ୦୭/୦୫ (ସନ୍ଧାନ ନିଉଜ) : କେନ୍ଦୁଝର ଜିଲ୍ଲାର ବନ୍ୟପ୍ରାଣୀ ଅଭୟାରଣ୍ୟର ଢେଙ୍କିକୋଟ୍ ରେଞ୍ଜରୁ ମିଳିଛି ଦୁଇ ମୁଣ୍ଡିଆ ବିରଳ ସାପ। ବନ୍ୟଜନ୍ତୁ ବିଶେଷଜ୍ଞ ରାକେଶ ମୋହଲିକ ଏପରି ଏକ ଦୁଲର୍ଭ ସାପକୁ ଠାବ କରିଥିବା ବେଳେ ଏହି ବୁଲ୍‌ଫ ପ୍ରଜାତିର ସାପ ବିଷଧର ନୁହେଁ ବୋଲି କହିଛନ୍ତି। ସାପଟିର ଲମ୍ବ ୧୪ ସେମି। ଏହାର ଦୁଇଟି ମୁଣ୍ଡ। ଅର୍ଥାତ ଏହି ସାପର ଚାରୋଟି ଆଖି ଓ ଦୁଇଟି ଜିଭ ରହିଛି। ରାକେଶ କହିଛନ୍ତି ବନ୍ୟଜନ୍ତୁ ଏହିପରି ଜୀବ ଜଙ୍ଗଲରେ ଜୀବିତ ରହିବା ମୁସ୍କିଲ। ସାପର ଦୁଇଟି ମୁଣ୍ଡରୁ ଗୋଟିଏ ଟିକେ ବଡ ଓ ବିକଶିତ। ଭୋଜନ ପାଇଁ ଦୁଇଟି ମୁଣ୍ଡ ପରସ୍ପର ମଧ୍ୟରେ ଲଢେଇ କରନ୍ତି। ଅନେକ ସଂସ୍କୃତିରେ ଦୁଇ ମୁଣ୍ଡିଆ ପ୍ରାଣୀକୁ ବିପର୍ଯ୍ୟୟର ସଙ୍କେତ ଭାବେ ବିବେଚନା କରାଯାଏ। କିନ୍ତୁ ଏହା ବିରଳ ପ୍ରଜାତିର ଜୀବ।

Related Posts

About The Author

Add Comment