କେନ୍ଦୁଝରରେ ବଣୁଆ ହାତୀ ପଲଙ୍କ ଆତଙ୍କରାଜ

Spread the love

କେନ୍ଦୁଝର, ୧୩/୦୬ (ସନ୍ଧାନ ନିଉଜ) : କେନ୍ଦୁଝର ଜିଲ୍ଲା ସଦର ଫରେଷ୍ଟ ରେଞ୍ଜର କାଳିଆବେଡା ଗାଁକୁ ଧସେଇ ପଶିଲେ ଆଠ ଟିକିଆ ଵଣୁଆ ହାତୀ ପଲ I ଆଜି ସକାଳୁ ସକାଳୁ ଘଟଗାଁ ଦେଓବନ୍ଧ  ଅଞ୍ଚଳରୁ  ଏକ ଆଠ ଟିକିଆ ହାତୀ ପଲ ସଦର ରେଞ୍ଜକୁ ଧସେଇ ପଶି ଆସିଥିଲେ । ପ୍ରଥମେ ଖଡ଼ିଆଡିହା ଗାଁରେ ବହୁ ପନି ପରିବା ନଷ୍ଟ କରିବା ସହ ସକାଳୁ ସକାଳୁ କଳିଆ ବେଡା ଗାଁ ମଝିକୁ ଧସେଇ ପଶି ଆସିଥିଲେ । ହଜାର ହଜାର ଲୋକ ହାତୀକୁ ଘେରି ରହିଥିବା ବେଳେ ହାତୀପଲ ଗାଁ ମଝିରେ ଥିବା ଇଉକାଲିପତାସ ଜଙ୍ଗଲରେ ଡେରା ପକାଇଛନ୍ତି । ଏହି ହାତୀ ପଲ ରେ ଦୁଇଟି ଦନ୍ତା ଥିବା ଓ ତିନୋଟି ଛୁଆ ଥିବାବେଳେ ଆଉ ତିନୋଟି ମଧ୍ୟ ବୟସ୍କ ହାତୀ ଥିବା ଜଣା ପଡ଼ିଛି । ଜଙ୍ଗଲ ବିଭାଗ ପହଁଚି ହାତୀ ଉପରେ ନଜର ରଖିଛି ।

Related Posts

About The Author

Add Comment