କୃଷି ବିଲ୍ ବିରୋଧରେ ଜାତୀୟ ରାଜପଥ ଅବରୋଧ

Spread the love

ବାଲେଶ୍ଵର, ରେମୁଣୀ, ୨୮/୯(ସନ୍ଧାନ ନ୍ୟୁଜ୍): କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରି ଆଜି ବାମପନ୍ଥୀ ଓ କଂଗ୍ରେସ ଦଳ ନେତୃତ୍ବରେ ଥିବା ବିଭିନ୍ନ କୃଷକ ସଂଗଠନ ତରଫରୁ ରେମୁଣା ଗୋଲେଇ ନିକଟସ୍ଥ ଜାତୀୟ ରାଜପଥକୁ ପ୍ରାୟ ଏକଘଣ୍ଟା ଧରି ଅବରୋଧ କରାଯାଇଥିଲା। ସିପିଆଇ, ସିପିଆଇଏମ୍, କଂଗ୍ରେସ ଦଳର ଜିଲ୍ଲା ନେତୃବୃନ୍ଦ ସମର୍ଥନ କରି ରାଜପଥରେ ଦୃଢ଼ ଆନ୍ଦୋଳନ କରିଥିଲେ। କୃଷି ବିଲ୍‌କୁ ବିରୋଧୀ ଦଳମାନଙ୍କ ବିରୋଧ ସତ୍ତ୍ୱେ କେନ୍ଦ୍ର ସରକାର ଅନୁମୋଦନ କରାଇଲେ । ଏହି ବିଲ୍ ପାସ୍ ହେବା ପରେ ଅତ୍ୟାବଶ୍ୟକୀୟ କୃଷିଜାତ ସାମଗ୍ରୀ(ଆଳୁ, ପିଆଜ, ଡାଲି, ଖାଇବାତେଲ) ପ୍ରଭୃତିର ଅହେତୁକ ଦରବୃଦ୍ଧି ହୋଇଛି । ସାଧାରଣ ଲୋକଙ୍କ ବଂଚିବା ଏବେ କଷ୍ଟକର ହେଲାଣି। ସରକାର ଲୋକଙ୍କୁ ଶୋଷଣ କରୁଛନ୍ତି ବୋଲି ଆନ୍ଦୋଳନକାରୀ ନିନ୍ଦା କରିବା ସହିତ ଦୃଢ଼ ବିରୋଧ କରିଥିଲେ। ଶିଶିର ହୁଇ, ନିର୍ମଳ ନାୟକ, ଗୌରାଙ୍ଗ ପାଣିଗ୍ରାହୀ, ଜତିନ ପାତ୍ର, ସଂଜୀବ ଗିରି, ନିରଞ୍ଜନ ବେହେରା, ସର୍ବେଶ୍ୱର ମିଶ୍ର, ଲକ୍ଷ୍ମୀଧର ଗିରି, ବିଧାନ ରାୟ, ଅରୁଣ ଜେନା, ଚିତ୍ତରଂଜନ ଷଡ଼ଙ୍ଗୀ, ପ୍ରକାଶ ଦେ, ଷ୍ଟାଲିନ ମିଶ୍ର, ତାପସୀ ପ୍ରହରାଜ, ପ୍ରେମରଂଜନ ପାତ୍ର ପ୍ରମୁଖ ଏଥିରେ ଉ ବ୍ b ବି । ଧ ନ ଦେଇଥିଲେ ପ୍ରଦୀପ ଦାସ, ଭରତ ଚନ୍ଦ୍ର କହ୍ନେଇ ବେହେରା, ବେଣୁଧର ପତି, ବନ୍ଦନା ବିଶ୍ଵାସ, ନିକୁଞ୍ଜ ବସନ୍ତ ରାୟ, ଶ୍ୟାମସୁନ୍ଦର ଜେନା, ସୁରଜିତା ପୋଥାଳ, ସନ୍ଧ୍ୟା ଦାସମଜୁମଦାର, ବିମଳ ମହାନ୍ତି, ଅରବିନ୍ଦ ପାଢ଼ୀ, ବେଣୁଧର ବାରିକ, ପ୍ରଦୀପ ରାଉତ, ରାଜକିଶୋର ଲେଙ୍କା, ସୁଶାନ୍ତ ଜେନା, ସିକନ୍ଦର ଖାଁ, ପଦ୍ମଲୋଚନ ଲେଙ୍କା, ପ୍ରତାପ ସେଠୀ, ଉମାକାନ୍ତ ପାତ୍ର, ମନ୍ମଥ ପରିଡ଼ା, ରାଜେନ୍ଦ୍ର ବେହେରା, ଗଦାଧର ଜେନା, ଜଗନ୍ନାଥ ପ୍ରଧାନ, ବୈକୁଣ୍ଠ ସାହୁ, ପ୍ରକାଶ ନାୟକ, ମଧୁ ରାଉତ, ମଣ୍ଟୁ ସାହୁ, ହରେକୃଷ୍ଣ ପ୍ରତ୍ୟାହାର ଦାବିରେ ଉପଥ ଅବରୋଧ ହେବ ବିନ୍ଧାଣୀ, ଶଶିକାନ୍ତ ବେହେରା, ସନାତନ ଦାସ ପ୍ରମୁଖ ଆନ୍ଦୋଳନରେ ନେତୃତ୍ବ ନେଇଥିଲେ । ଅବରୋଧ ଫଳରେ ଉଭୟ ଦିଗରେ ଶହଶହ ଯାନବାହନ ଅଟକି ରହିଥିଲା। ବ୍ୟାପକ ପୁଲିସ ମୁତୟନ କରାଯାଇ ଆମ୍ବୁଲାନ୍ସ ଗାଡ଼ିଗୁଡ଼ିକୁ ଛଡ଼ାଯାଇଥିଲା।

Related Posts

About The Author

Add Comment