ରସୁଲପୁର, ୨/୩ (ସନ୍ଧାନ ନିଉଜ) ଯାଜପୁର ଜିଲା ରସୁଲପୁର ବ୍ଲକ ଅଂଚଳର ପ୍ରମୁଖ କୁଆଖିଆ ଥାନାରେ ଗୁରୁବାର ରାତିରେ ନୂଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ଯୋଗଦେଇଛନ୍ତି । ସେ ୨୦୦୯ ମସିହାରୁ ସବ-ଇନ୍ସପେକ୍ଟର ଚାକିରୀ ଆରମ୍ଭ କରିଥିଲେ । ସୋନପୁର ଜିଲାର ବିରମହାରାଜପୁର, ବିନକା, ଟାଉନ ଥାନା, ଖାରବେଳ ନଗର ଥାନାରେ ସଫଳତାର ସହ କାର୍ଯ୍ୟକରି ପଦନ୍ନୋତୀ ପାଇଥିଲେ । ବାଲିଅନ୍ତା ଥାନା ଅଧିକାରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ସେଠାରୁ ସେ କୁଆଖିଆ ଥାନାକୁ ବଦଳି ହୋଇଆସିଛନ୍ତି । ପୂର୍ବତନ ଥାନା ଅଧିକାରୀ ଆଶିଷ କୁମାର ସାହୁଙ୍କର ଜିଲାରେ ଅନ୍ୟତ୍ର ବଦଳି ହୋଇଯିବା ପରେ ସେ ତାଙ୍କ ସ୍ଥାନ ପୂରଣ କିରଛନ୍ତି । ସାଧାରଣ ନିର୍ବାଚନକୁ ସଫଳତାର ସହ ସମାପନ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିବେ । ଏଥିସହ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ସମସ୍ୟାକୁ ସମାଧାନ ଓ ଶାନ୍ତିଶୃଙ୍ଖଳା ବାଜଇ ରଖିବା ଦିଗରେ ବିଶେଷ ଗୁରୁତ୍ୱ ଦେବେ ବୋଲି ଶ୍ରୀ ସ୍ୱାଇଁ ମତ ରଖିଛନ୍ତି ।
କୁଆଖିଆ ଥାନାରେ ନୂଆ ଥାନା ଅଧିକାରୀ ଯୋଗଦେଲେ
|
March 2, 2019 |



