କାଳିଆ ଯୋଜନା ପାଇଁ କମିଶନ ଗଠନ କରିବା ପ୍ରସଙ୍ଗ: କୁଆଡେ ଗଲା କୃଷି କମିସନ ରିପୋର୍ଟ ?: ବିଜେପି

Spread the love

– ଓଡିଆ ଚାଷୀଙ୍କୁ ଧୋକ୍କା ଦେଇଛନ୍ତି ନବୀନ ସରକାର
– ସରକାର କେବଳ କମିଶନ ବସାନ୍ତି ଆଉ କମିଶିନି କାରବାର କରନ୍ତି
– ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭକୁ ଓଡିଆ ଚାଷୀଙ୍କ ପାଖେ ପହଂଚାଇବ ବିଜେପି
– ଓଡ଼ିଶାର ସମସ୍ତ ଚାଷୀ ଓ ଭାଗଚାଷୀଙ୍କୁ ବିନାସୁଧରେ ଋଣ ଯୋଗାଇ ଦିଆଯିବ

ଭୁବନେଶ୍ୱର, ୧୩/୪ (ସନ୍ଧାନ ନିୟୁଜ): ନବୀନ ସରକାର ଓଡିଆ ଚାଷୀଙ୍କୁ ଧୋକ୍କା ଦେଇଛନ୍ତି। ଚାଷୀଙ୍କ ଆକ୍ରୋଶରୁ ବର୍ତିବା ପାଇଁ ବିଜୁ ଜନତା ଦଳ ତାର ନିର୍ବାଚନ ଇସ୍ତାହାରରେ କାଳିଆ କମିଶନ କରାଯିବ ବୋଲି ଘୋଷଣା କରିଛନ୍ତି। କାଳିଆ କମିଶନଙ୍କୁ ଆମର ବିରୋଧ ନାହିଁ। ହେଲେ ମୁଖ୍ୟମନ୍ତ୍ରୀ ଏବେ ସୁଦ୍ଧା କାଳିଆ ଯୋଜନାରେ ହିତାଧିକାରି ତାଲିକା ଦେଲେ ନାହିଁ। କୃଷି ସଚିବଙ୍କ ଚିଠିରେ ହିତାଧିକାରିଙ୍କ ସଂଖ୍ୟା ହେଉଛି ୩୬ ଲକ୍ଷ, ବିଜୁ ଜନତା ଦଳର ବିଜ୍ଞାପନରେ ହିତାଧିକାରିଙ୍କ ସଂଖ୍ୟା ହେଉଛି ୪୦ ଲକ୍ଷ। ଏପଟେ ଗାଁରେ ଯାହାକୁ ପଚାରିଲେ କହୁଛନ୍ତି କାଳିଆର ମେସେଜ ଆସିଛି ହେଲେ ବ୍ୟାଙ୍କ ଖାତାକୁ ପଇସା ଆସିନି। ସେହିପରି ପୁର୍ବତନ ମୁଖ୍ୟ ଶାସନ ସଚିବ ସୁଧାଶୁଂ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ୨ ଜାନୁଆରୀ ୨୦୧୦ରେ ଗୋଟିଏ କୃଷି କମିଶନ ବସାଇଥିଲେ। ସେ କମିଶନ ତାଙ୍କ ଚୂଡାନ୍ତ ରିପୋର୍ଟ ୧୫ ଡିସେମ୍ବର ୨୦୧୨ରେ ରାଜ୍ୟ ସରକାରଙ୍କୁ ଦେଇଥିଲେ। ହେଲେ ୭ ବର୍ଷ ବିତିସାରିଥିଲା ବେଳେ କାହିଁକି କୃଷି କମିଶନର ସୁପାରିଶକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିପାରିଲେ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ୱାଳ।/odia

Related Posts

About The Author

Add Comment