କାର ଦୁର୍ଘଟଣାରେ ଉଜୁଡିଗଲା ପରିବାର, ସ୍ବାମୀ ସ୍ତ୍ରୀ ସମେତ ଶିଶୁପୁତ୍ରର ମୃତ୍ୟୁ

Spread the love

ଯାଜପୁର/କଳିଙ୍ଗ ନଗର/ ୧୦।୧/ସନ୍ଧାନ ନିଉଜ୍: ) (ପ୍ରଶାନ୍ତ ସାମଲ)ଗତ ୮ ତାରିଖ ରବିବାର ଦିନ ବନ୍ଧୁଘରୁ ନିଜ ଘରକୁ ଫେରୁଥିବା ଏକ ପରିବାର ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ । ଦୁର୍ଘଟଣାରେ ବାପା, ମା ଓ ତାଙ୍କ ଶିଶୁପୁତ୍ରର ଶୋଚନୀୟ ମୃତ୍ୟୁ ହୋଇଛି । କଳିଙ୍ଗନଗର ଥାନା ଅଧିନ ଅଙ୍କୁରା ପାଳ ଗ୍ରାମର ଗୋଲକ ଚନ୍ଦ୍ର ଲାମାଇ, ତାଙ୍କ ପତ୍ନୀ ନନ୍ଦିନୀ ଓ ଶିଶୁ ପୁତ୍ର ବନ୍ଧୁଘରୁ ଫେରିବା ସମୟରେ ବଙ୍ଗଳା ଛକ ନିକବର୍ତ୍ତୀ ବାଇସାଇ ଛକରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ଦୃତଗାମୀ କାର ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଗୋଲକଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ପତ୍ନୀ ଓ ଶିଶୁପୁତ୍ର ଗୁରୁତର ହୋଇ ପଡ଼ିଥିଲେ । ଉଭୟଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଉଭୟଙ୍କର ସେଠାରେ ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା । ଗତକାଲି ସନ୍ଧ୍ୟାରେ ତିନିଜଣଙ୍କ ବ୍ୟବଚ୍ଛେଦ ଶବ ଗ୍ରାମରେ ପହଞ୍ଚିଥିଲା । ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଅପରପକ୍ଷେ ପୁଲିସ କାର ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

Related Posts

About The Author

Add Comment