ଚଣ୍ଡିଖୋଲ, ୨୧/୦୬ ୨୧/୦୬ (ସନ୍ଧାନ ନିଉଜ) ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୫ଟି ଜରିଆରେ ଏକ ସୁନ୍ଦର ପଦକ୍ଷେପ ନେଇ ରାଜ୍ୟର ପ୍ରତି ବିଦ୍ୟାଳୟ ମାନଙ୍କର ବିକାଶ କରାଯାଉଛି । ଏଥିରୁ ଯାଜପୁର ଜିଲ୍ଲାରେ ମଧ୍ୟ ବିଦ୍ୟାଳୟକୁ ନୂଆ ରୁପରେଖ ମିଳିପାରିଛି । ଏପରକି ଜିଲ୍ଲାରେ ଅନେକ ବିଦ୍ୟାଳୟ ସୁନ୍ଦର ଭାବରେ ସୁସଜ୍ଜ୍ିତ ହୋଇ ନୂଆ ରୁପ ପାଇଛନ୍ତି । ଯାହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ମାତ୍ର ଯାଜପୁର ଜିଲ୍ଲାର ବଡଚଣା ବିଡିଓଙ୍କ ପରିଚାଳନାର ଦୂରଦୃଷ୍ଟି ଏବଂ ଦୂର୍ନିତଖୋର ମନୋଭାବ ଏବିଂ ତଥା ଅନ୍ୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ବଡଚଣାରେ ଅନେକ ବିଦ୍ୟାଳୟ ନୂଆ ରୁପରେଖ ପାଇବାରୁ ବଂଚିତ ହୋଇଛି । ଏପରକି ଅନେକ ବିଦ୍ୟାଳୟର୨୦ପ୍ରତିଶତ କାର୍ଯ୍ୟ କାଁ ଭାଁ କରି ଠିକାଦାର ପ୍ରୀତି ଏବଂ ନିଜର ପିସି ପାଇଁ ଏହି ବିଦ୍ୟାଳୟ ଗୁଡିକକୁ କାର୍ଯ୍ୟ ନସାରି ଉଦଘାଟନ କରାଇଦେଇଛନ୍ତି । ଏପରକି ଏକ ବିଦ୍ୟାଳୟର ଦେଖିବାକୁ ମିଳିଛି କୁନ୍ଦଳ ପଂଚାୟତର ମଲିଆଶୁଣୀ ଉଚ୍ଚ ବିଦ୍ୟାଳୟ, ଗରଗାଲି । ବିଦ୍ୟାଳୟକୁ ୫-ଟି ଅନୁଦାନରେ ୬୦ଲକ୍ଷ ଅଧିକ ଟଙ୍କା ବ୍ୟୟମଞ୍ଜୁର କରାଯାଇଛି । ଏପରକି ଅନ୍ୟାନ ଖେଳପଡିଆ,ଚଲାରାସ୍ତା ଉନ୍ନତି କରଣ, ପାଚେରୀ ମରାମତି କାର୍ଯ୍ୟ ନିମନ୍ତେ ମହାତ୍ମାଗନ୍ଦୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରୁ ଅଧିକ ୩୫ଲକ୍ଷ ଟଙ୍କାରୁ ଅଧିକ ମଧ୍ୟ ବ୍ୟାୟ ଅଟକଳ କରାଯାଇଛି । ମାତ୍ର ଏତେ ଟଙ୍କା ରାଜ୍ୟ ରାଜକୋଷ ଏବଂ କେନ୍ଦ୍ର ରାଜକୋଷରୁ ଖର୍ଚ୍ଚ କରାଯାଇଥିଲେ ସୁଧା ଏହାର କାଣିଚାଏ ବି ଉନ୍ନତି ହୋଇନି ବିଦ୍ୟାଳୟର । ଏବେବି ପାଚେରୀ ରଙ୍ଗ କାର୍ଯ୍ୟ ଚଲୁଥିବା ବେଳେ ପୁରାଣା ପାଚେରୀ ଯାହା ଥିଲା ସେଇଭଳି ରହିଛି । ପୁଣି ସେଥିରେ ବିଲକୁଲ ମରାମତି କରାନଯାଇ ନରେଗା ଯୋଜନାରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଫଳକ ମରାଯାଇଛି । ମାତ୍ର ନରେଗା ଯୋଜନାରେ ମାଟି ମୁଠାଏ ବି ପଡିନଥିବା ବିଦ୍ୟାଳୟ ତରଫରୁ କୁହାଯାଇଛି । ଖେଳ ପଡିଆ ନାମରେ ବିଦ୍ୟାଳୟ ପଛପାଖ କୁଦିଆକୁ ସମାନ୍ୟ ସମାନ କରାଯାଇ ସେଥିନେଇ ସମସ୍ତ ଅର୍ଥରାଶି ଉଠାଇ ନିଆଯାଇଛି ନେଇ ଅଭିଯୋଗ ହୋଇଛି । ସେହିପରି ପାଦଚଲା ରାସ୍ତା ଉନ୍ନତି କରଣ ନାମରେ ମଧ୍ୟ କାର୍ଯ୍ୟ ବିଲକୁଲ ନହୋଇ ଏହା ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି । ପୁରୁଣା ପାଚେରୀ ନାମରେ ମଧ୍ୟ ନରେଗା ଯୋଜନାରୁ ଅର୍ଥ ଖଚ୍ଚ କରାଯାଇଛି । ଏପରକି ୫ଟି ଅଧିନରେ ପଡିଥିବା ଘାସଗାଲିଚା ମରିଯାଇଥିବା ବେଳେ ନିମ୍ନମାନର ଇଟା ଖାଲି ସେମିତ ଖଞ୍ଜି ଦେଇଛନ୍ତି । ରଙ୍ଗ ଏବଂ ଚିତ୍ର କାର୍ଯ୍ୟ ସରିନଥିବା ବେଳେ ଶୌଚାଳୟ କାର୍ଯ୍ୟ ମଧ୍ୟ ଅଧାରେ ରହିଛି । ଏପରକି ଲାବରୋଟୋରୀ ଏବଂ ଲାଇବେରୀ ମଧ୍ୟ କରାଯାଇନାହିଁ । ଏହି କାର୍ଯ୍ୟ ପାଇଁ ବିଦ୍ୟାଳୟ ପୂରୁଣା କଳାପଟାକୁ ତାଡି ନଷ୍ଟ କରିଦଆଯାଇଥିବାରୁ ପିଲାମାନେ ଏବେ ପାଠ ପଢିପାରୁନାହାନ୍ତି । ଏପରକି ବିଦ୍ୟାଳୟ କାର୍ଯ୍ୟ ସରିନଥିବାରୁ ଛାତ୍ରଛାତ୍ରୀ ତଳେ ବସି ପାଠପଢ଼ୁଛନ୍ତି । ବିଦ୍ୟଳୟ ପରିସରରେ ମରାଯାଇଥିବା ସୂଚନା ଫଳକ ମୁତାବକ ମଲିହାଶୁଣୀ ବିଦ୍ୟାଳୟ ପରିସରରେ ଗୋଷ୍ଠୀଜଳ ସଂରକ୍ଷଣ ଗର୍ତ୍ତ ନିର୍ମାଣ ପାଇଁ ୨୦ହଜାର, ଉଦ୍ୟାନ ନିର୍ମାଣ ପାଇଁ ୮ଲକ୍ଷଟଙ୍କା, ଶୌଚଳୟ ନିର୍ମାଣ ୭ଲକ୍ଷ, ଖେଳପଡିଆ ର୍ନମାଣ ପାଇଁ ୧୦ଳକ୍ଷ, ପାଚେରୀ ପୁନଃ ମରାମତି ପାଇଁ ୧୦ଲକ୍ଷ ଟଙ୍କା, ବିଦ୍ୟାଳୟ ଭିତର ଚଲାରାସ୍ତା ପାଇଁ ୧୦ଲକ୍ଷ ଟଙ୍କା, ସାମୁହିକ ପଚାଖାତ ନିର୍ମାଣ ପାଇଁ ୫୦ହଜାର ଟଙ୍କା ନରେଗା ଯୋଜନାରୁ ବ୍ୟାୟ କରାଯାଇଥିବା ନେଇ ତଥ୍ୟ ରହିଛି । ସେହିପରି ୫-ଟି ଅନୁଦାନରୁ ୩୩ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ।
ମାତ୍ର ଯୋଜନା ଟଙ୍କା ଖର୍ଚ୍ଚକୁ ଦୃଷ୍ଟିଦେଲେ ନରେଗା ଯୋଜନାର ଅର୍ଥରେ କୌଣସି କାର୍ଯ୍ୟ ହୋଇନଥିବା ବେଳେ ଖେଳପଡିଆ ନିର୍ମାଣ ପାଇଁ ସେହିଠାରେ ରହିଥିବା କୁଦିଆକୁ ମାଟିକୁ ଆଡେଇ ଦେଇଛନ୍ତି । ସେହିପରି କମ୍ ଦାମର ମାର୍ବଲ ଅତି ନିମ୍ନମାନର ବସାଯାଇଥିବା ବେଳେ ତାହା ଉଠିଯିବାକୁ ବସିଲାଣି । ବାହାର ରାସ୍ତା ପାଇଁ ରଙ୍ଗିନ୍ ଇଟା କେବଳ ଉପରେ ଥୁଆ ହୋଇଥିବା ବେଳେ ଏହା ଅତିନମ୍ନ ମାନର ସାମଗ୍ରୀ ବୋଲି ଅଭିଯୋଗ ହୋଇଛି । ଏପରକି କାର୍ଯ୍ୟକୁ ନେଇ ବିଦ୍ୟାଳୟ ଶିକ୍ଷକ ଏବଂ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ କୌଣସି କଥା ଶୁଣାଯାଇନାହିଁ । ଏପରକି ବଡଚଣା ବିଡିଓ, ଏବଂ ଜେଇ ବାହା ବାହା ନେବା ଉଦ୍ଦେଶ୍ୟରେ କେବଳ ତରଭରିଆ ଭାବେ ସମାନ୍ୟ କାର୍ଯ୍ୟ କରି ତାହାକୁ ଉଦଘାଟନ କରାଇଦେଲେ ବୋଲି ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ପ୍ରକାଶ କରିଛନ୍ତି । ତେବେ ଏଭଳି ନିମ୍ନ ମାନର କାର୍ଯ୍ୟକୁ ନିଜେ ୫ଟି ସଚିବ ତଦନ୍ତ କରିବା ସହିତ ବିଶୁଙ୍ଖୁଳିତ କାର୍ଯ୍ୟ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଏହି ଅଂଚଳର ବୁଦ୍ଧିଜୀବୀ ମହଲରେ ଦୃଢ ଦାବି ହେଉଛି ।




