କାର୍ଯ୍ୟରେ ଅବହେଳା ପାଇଁ ଦୁଇ କର୍ମଚାରୀ ନିଲମ୍ବିତ

Spread the love

ସୋର, ୦୮/୧୦/୨୦ (ସନ୍ଧାନ ନିଉଜ) :- ସୋର ରେଳ ଷ୍ଟେସନ୍ରେ ଡାଉନ୍ ଲାଇରେ ଏକ ମାଲଗାଡ଼ି ଅତିକ୍ରମ କରୁଥିବା ବେଳେ ଫୁଟ୍ ଓଭରରେ ଧକ୍କାଦେବା ଫଳରେ ବ୍ରିଜରୁ କିଛି ଅଂଶ ଭାଙ୍ଗି ଓହଳିଥିବା ବେଳେ ବିଦ୍ୟୁତ୍ ତାର ଛିଣ୍ଡି ସରବରାହ ବାଧାପ୍ରାପ୍ତ ହୋଇଥିବା ଘଟଣାରେ ସୋର ରେଳ ଷ୍ଟେସନର ଷ୍ଟେସନ ମାଷ୍ଟରଙ୍କ ସହିତ ଅନ୍ୟ ଜଣେ ପଏଣ୍ଟମ୍ୟାନ୍ ନିଲମ୍ବିତ ହୋଇଛନ୍ତି । ଗତକାଲି ଖଡ଼ଗପୁର ଡିଭିଜନର ଡିଆରଏମ୍ ମନୋରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ ଏବଂ ଏକ ଟିମ୍ ଘଟଣାର ତଦନ୍ତ କରି ଡିଆରଏମ୍ନଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଏହି ସମୟରେ ଦାୟିତ୍ବରେ ଥିବା ଷ୍ଟେସନ୍ ମାଷ୍ଟର ଉମେଶ ସିଂ ଏବଂ ପଏଣ୍ଟମ୍ୟାନ୍ ପ୍ରଶାନ୍ତ ନାୟକଙ୍କୁ ନିଲମ୍ବନ କରିଛନ୍ତି । ଏହି ସମୟରେ ଅତିକ୍ରମ କରୁଥିବା ମାଗାଡ଼ିର ଗୋଟିଏ ବଗି ଭାଙ୍ଗି ମେଲା ହୋଇ ବ୍ରିଜ୍ ଆଗେଲରେ ବାଇ ହୋଇଥିଲା । ଫଳରେ ବ୍ରିଜ୍ ଗୋଟିଏ ପାର୍ଶ୍ଵ ଓହଳି ପଡ଼ି ବିଦ୍ୟୁତ୍ ତାରରେ ଲାଗିଯାଇଥିଲା । ବିଦ୍ୟୁତ୍ ଖୁଣ୍ଟ ସହ ସିଲ ଖୁଣ୍ଟ ଭାଙ୍ଗି ଯାଇଥିଲା । ଗତକାଲି ମରାମତି ଟ୍ରେନ୍ ପହଞ୍ଚି କ୍ରେନ୍ ସହାୟତାରେ ଏହି ବ୍ରିରୁ ଗୋଟିଏ ଅଂଶ କାଟିଦିଆଯିବା ଫଳରେ ଲୋକମାନେ ୧ ନମ୍ବର ପ୍ଲାଟଫର୍ମରୁ ୨, ୩ ଏବଂ ୪ ନମ୍ବର ପ୍ଲାଟପର୍ମକୁ ଯିବା ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏହି ବ୍ରିଜ୍ ୧୫୦ ବର୍ଷ ତଳର ଏକ ପୁରୁଣା ଏବଂ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଏହାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇ ନୂତନ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ପାଇଁ ସାଧାରଣରେ ଦାବି କରାଯାଇଛି ।

Related Posts

About The Author

Add Comment