କାନାରା ବ୍ୟାଙ୍କର ତକତା: ଗ୍ରାହକ ହନ୍ତସନ୍ତ

Spread the love

ବସ୍ତା, 15.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): କାନାରା ବ୍ୟାଙ୍କ କମାରଡିହା ଶାଖାରେ ହେରଫେର ଘଟଣା ସମ୍ପ୍ରତି ବ୍ୟାଙ୍କ ଗ୍ରାହକଙ୍କ ମଧ୍ୟରେ ଭାଳେଣୀ ସୃଷ୍ଟି କରିଛି । ପ୍ରକାଶ ଯେ, କମାରଡିହା ଗାଁ ର ପୁଷ୍ପଲତା ରଣା ବ୍ୟାଙ୍କରେ କାନାରା ଧନବର୍ଷା ଯୋଜନାରେ ଏକ ଆରଡି ଏକାଉଣ୍ଟ ଖୋଲିଥିଲେ । ତାଙ୍କ ଏକାଉଣ୍ଟ ନମ୍ବର ହେଲା ୧୮୧୭୧୮୬୦୦୦୦୦୮।ଏହି ଯୋଜନାରେ ଗ୍ରାହକଙ୍କୁ ୭୮ ମାସ ପାଇଁ ପ୍ରତିମାସ ୨ହଜାର ଟଙ୍କା ଜମା କରିବା କଥା । ପୁଷ୍ପଲତା ପ୍ରତିମାସ ସଠିକ ସମୟ କିମ୍ବା ଆଗୁଆ ଏହି କିସ୍ତି ଦାଖଲ କରୁଥିଲେ । ମାତ୍ର ବ୍ୟାଙ୍କ କର୍ମଚାରୀଙ୍କଚଞ୍ଚକତା ଯୋଗୁଁ ସେ ଏହି ଏକାଉଣ୍ଟରେ ୭୮ ବଦଳରେ ୮୧ଟି କିସ୍ତି ଦାଖଲ କରିଥିଲେ। ତାଙ୍କର ଏକାଉଣ୍ଟଟି ୨୩.୧୧.୨୦୨୦ରେ ମ୍ୟାଚୁରିଟି ହୋଇଥିଲା । ଏହି ତାରିଖ ପରେ ପୁଷ୍ପଲତା ନିଜ ଜମାଟଙ୍କା ଫେରିପାଇବାକୁ କାଗଜପତ୍ର ଦାଖଲ କରିଥିଲେ । ମାତ୍ର ଯୋଜନାରେ ନିଦ୍ଧାରିତ ଟ.୨,୧୨,୪୦୪ଙ୍କା ବଦଳରେ ତାଙ୍କୁ ମାତ୍ର ଟ.୨,୦୮,୬୬୬ଙ୍କା ମିଳିଥିଲା । ପୁଷ୍ପଲତାଙ୍କୁ ଅଧୁକ ତିନିଟି କିସ୍ତି ର ୬ହଜାର ଟଙ୍କା ସହ ଟ.୨,୧୮,୪୦୪ଙ୍କା ଫେରାଇବା କଥା। ମାତ୍ର ଏହି ଶାଖାକର୍ମଚାରୀ ଓ ପରିଚାଳକ ମନମୁଖୀଭାବେ ଏହି ଗ୍ରାହକଙ୍କୁ ଟି୨,୦୮, ୪୦ଟଙ୍କାମ୍ୟାଚୁରିଟି ଦେଇଥିଲେ । ଏନେଇପୁଷ୍ପଲତା ସଂପୃକ୍ତ କର୍ତ୍ତୁପକ୍ଷ ଓ କର୍ମଚାରୀଙ୍କୁ ଅଭିଯୋଗ ଜଣାଇବାରୁ ସେମାନେ ପୁଷ୍ପଲତାଙ୍କୁ କୌଣସି ସନ୍ତୋଷଜନକ  ଉତ୍ତର ଦେବା ବଦଳରେ ଦୁବ୍ଯବହାର କରିଥିଲେ ବୋଲି ପୁଷଲତା ଅଭିଯୋଗକରିଛନ୍ତି । ଏନେଇ ପୁଷ୍ପଲତା କାନାରା ବ୍ୟାଙ୍କ ଭୁବନେଶ୍ବର ରିଜିଓନାଲ ଶାଖାକୁ ଅଭିଯୋଗ ପ୍ରେରଣ କରିଛନ୍ତି । ତୁରନ୍ତ ପୁଷ୍ପଲତାଙ୍କୁ । ତାଙ୍କର ନ୍ୟାୟୋଚିତ ପ୍ରାଧ୍ୟା ନ ଦେଲେ ସେବ୍ୟାଙ୍କ ସମ୍ମୁଖରେ ଆନ୍ଦୋଳନ କରିବେବୋଲି ଚେତାବନୀ ଦେଇଛନ୍ତି ।

Related Posts

About The Author

Add Comment