କଳିଙ୍ଗନଗର ଠାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

Spread the love

ଯାଜପୁର, ତା ୦୮ା୦୮ : ସୋମବାର ପୂର୍ବାହ୍ନରେ କେ.ଏନ୍.ଡି.ଏ. ସମ୍ମିଳନୀ ଗୃହ, କଳିଙ୍ଗନଗର ଠାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ଜିଲ୍ଳ୍ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଅଧ୍ୟକ୍ଷତା କରିବା ସହ କହିଲେ ଯେ, ଅଭିଯୋଗ ଏବଂ ସମସ୍ୟାର ସମାଧାନ କୈାଣସି ପ୍ରଶାସନର ଅଂଶ ବିଶେଷ । ଏହି ଅଭିଯୋଗ ଶୁଣାଣି ପ୍ରକ୍ରିୟାର ଉଦେ୍ଦଶ୍ୟ ହେଉଚ୍ଥି ଲୋକ ମାନଙ୍କ ସମସ୍ୟା କିମ୍ୱା ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ କରି ପରିଚାଳନାରେ ସ୍ଥିରତା, ସ୍ୱଚ୍ଚ୍ଥତା ଏବଂ ନ୍ୟାୟକୁ ଉସôାହିତ କରିବା । ପଂଳରେ ପ୍ରଶାସନ ଜନ ସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହେବା ସହ ଏକ ଦକ୍ଷ ଓ ପ୍ରଭାବଶାଳୀ ଅଭିଯୋଗ ସମାଧାନ ପ୍ରଣାଳୀ ପ୍ରତିଷ୍ଠା ହୋଇପାରିବ । ଏହି ଶୁଣାଣିରେ ମୋଟ ୩୦ ଗୋଟି ଅଭିଯୋଗ ମଧ୍ୟରୁ ୨୬ ଗୋଟି ବ୍ୟକ୍ତିଗତ, ୧୦ ଗୋଟି ରେଡକ୍ରସ ସହାୟତା ପାଇଁ ଓ ମୁଖ୍ୟମନ୍ତ୍ରୀ ରିଲିପଂ୍ ପାଣ୍ଠିରୁ ସହାୟତା ପାଇଁ ୦୭ ଗୋଟି, ସାମୁହିକ ୦୪ ଗୋଟି ଆବେଦନ ପତ୍ର ମିଳିଥିଲା । ତତ୍କ୍ଷଣାତ୍ ୧୮ ଗୋଟି ଆବେଦନର ସମାଧାନ କରାଯାଇଥିଲା । ଅବଶିଷ୍ଟ ଅଭିଯୋଗର ସମାଧାନ କର୍ତ୍ତୃପକ୍ଷ ଅଧିକାରୀ ମାନଙ୍କୁ ସମାଧାନ ପାଇଁ ନିଦେ୍ର୍ଦଶ ଦିଆଗଲା । ପ୍ରକାଶ ଥାଉ କି, ଅଗଷ୍ଟ ୧୬ ତାରିଖ ମଙ୍ଗଳବାର ଦଶରଥପୁର ବ୍ଳ୍କ କାର୍ଯ୍ୟାଳୟ ଠାରେ, ଅଗଷ୍ଟ ୨୨ ତାରିଖ ସୋମବାର ବଡଚଣା ବ୍ଳ୍କ କାର୍ଯ୍ୟାଳୟ ଏବଂ ୨୯ ତାରିଖ ସୋମବାର ବରୀ ବ୍ଳ୍କ କାର୍ଯ୍ୟାଳୟ ଠାରେ ଦିବା ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଳ୍ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ବିଭାଗୀୟ ପତ୍ର ମାଧ୍ୟମରେ ଅବଗତ କରାଇଚ୍ଥନ୍ତି ।
ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର., ଜିଲ୍ଳ୍ା ପରିଷଦର ପ୍ରମୁଖ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍ିକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର, ସହକାରୀ ଜିଲ୍ଳ୍ାପାଳ ତଥା ଜିଲ୍ଳ୍ା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ତିଳୋତ୍ତମା ପୃଷ୍ଟି , ଜିଲ୍ଳ୍ା ଚିକିସôା ତଥା ଜନସ୍ୱ୍ାସ୍ଥ୍ୟ ଅଧିକାରୀ ସୁଧାଂଶୁ ଶେଖର ବଳ, ଜିଲ୍ଳ୍ା ମଙ୍ଗଳ ଅଧିକାରୀ ବୁ୍ଦ୍ଧଦେବ ପଣ୍ଡା, ଜିଲ୍ଳ୍ା ସମାଜ ମଙ୍ଗଳ ଅଧିକାରୀ ସୁବାସ ଚନ୍ଦ୍ର ସାମଲ, ସହକାରୀ ନିଦେ୍ର୍ଦଶକ, ପର୍ଯ୍ୟଟ୍ଟନ ହିମାଳୟା ତ୍ରିପାଠୀ, ଜିଲ୍ଳ୍ା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା, ଜିଲ୍ଳ୍ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଅତିରିକ୍ତ ଜିଲ୍ଳ୍ା ଶିକ୍ଷାଧିକାରୀ, ଶଶିଧର ସିଂ, ଉଠା ଜଳସେଚନ ନିଗମର ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ସାହୁ, କୋରାଇ ସି.ଡି.ପି.ଓ. ଶକୁନ୍ତଳା ନାୟକ, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଳ୍ା ଯୋଗାଣ ଅଧିକାରୀ ସଲାଉଚ୍ଚିନ ଖାଁ ଓ ଜିଲ୍ଳ୍ା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Related Posts

About The Author

Add Comment