କଲେଜ ପଡିଆରୁ ଠିକାଦାରଙ୍କୁ ମାଟି ବିକିଦେଲେ ଅଧକ୍ଷ ! ରାସ୍ତା କାର୍ଯ୍ୟରେ ମାଟି ବଦଳରେ ବ୍ୟବହାର ହେଉଛି ବେଣା(ଘାସ)

Spread the love

ଯାଜପୁର ସଦର, ୧୬/୧୨/୨୫  (ସନ୍ଧାନ ନ୍ୟୁଜ ): ଦଶରଥପୁର ବ୍ଲକ୍ ଅନ୍ତର୍ଗତ କୟାଁ ପଞ୍ଚାୟତ ଦୁବକଣ ଜୟଚଣ୍ଡୀ କଲେଜ ପଡ଼ିଆରୁ ବେଆଇନ୍ ଭାବେ ଜେସିବି ମେସିନରେ ମାଟି ଉତ୍ତୋଳନ କରାଯାଉଥିବା ଦେଖିବାକୁ ମିଳିଛି । ଏହି ମାଟି ଖୋଳାଯାଇ ପାର୍ଶ୍ଵରେ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ରାସ୍ତା ହେବାଲାଗି ପଡୁଥିବା ସୂଚନା | ସୂଚନା ଥାଉକି ଦୁବକଣ ଛକ ନିକଟରେ ପ୍ରାୟ ୧ କୋଟି ଟଙ୍କାର ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଅନୁଦାନ ମିଳିଛି । ଏହାର ନିର୍ମାଣ କାର୍ଯ୍ୟ ୨୦୨୧ ଜୁନ୍ ୨୯ ତାରିଖରୁ ଆରମ୍ଭ ହୋଇ ୨୦୨୨ ମେ ୨୮ ତାରିଖରେ ସମ୍ପୂର୍ଣ୍ଣ ହେବାକଥା ହେଲେ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ଏହି ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ଜୟଚଣ୍ଡୀ କଲେଜ ରହିଥିବାବେଳେ କଲେଜର ଯିବା ଆସିବା ରାସ୍ତା ସହ ବାତ୍ୟା ଆଶ୍ରୟସ୍ଥଳୀର ରାସ୍ତାଟି ସଲଘ୍ନ ଥିବାରୁ ଏହି ରାସ୍ତାଟି ଉକ୍ତ ଠିକାଦାର ନିର୍ମାଣ କରୁଥିବା ବେଳେ ସେହି ରାସ୍ତା କଢ଼ରେ ଗାର୍ଡୱାଲ କରାଯାଇଛି । ରାସ୍ତା ନିର୍ମାଣ ଏବଂ ଗାର୍ଡୱାଲ କଢ଼ରେ ମାଟି ପକାଇବା ନିମନ୍ତେ ମାଟି କିଣିବା ପାଇଁ ଅନୁଦାନ ଥିବାବେଳେ ଉକ୍ତ ଠିକାଦାର ମାଟି ନକିଣି କଲେଜ ପଡିଆକୁ ଖୋଳି ମାଟି ନେଇ ରାସ୍ତା କାର୍ଯ୍ୟରେ ଲଗାଯାଉଛି | ଶୁଣିବାକୁ ମିଳୁଛିକି ଠିକାଦାର ଏବଂ କଲେଜର ଅଧକ୍ଷଙ୍କ ମଧୁଚନ୍ଦ୍ରିକା ଯୋଗୁଁ କଲେଜ ପଡିଆ (ପ୍ଲଟ ନଂ ୧୫୯)ରୁ ଏବଂ ପାଖରେ ଅନ୍ୟ ଏକ ଘରୋଇ ଜାଗାରୁ ବେଆଇନ୍ ଭାବେ ମାଟି ଉଠାଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଛି | କଲେଜ ପଡିଆରୁ ଠିକାଦାରକୁ ଅଧକ୍ଷ ମାଟି ବିକିଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି | ଏଠି ପ୍ରଶ୍ନ ଉଠେକି କଲେଜର ଦାୟିତ୍ୱରେ ଥିବା ଅଧକ୍ଷ ଏବଂ ଉକ୍ତ ଠିକା ସଂସ୍ଥାକୁ କିଏ ଅଧିକାର ଦେଲା କଲେଜ ପଡିଆରୁ ମାଟି ଉଠାଇ ରାସ୍ତା ନିର୍ମାଣ କରିବାକୁ | କଲେଜ ଅଧକ୍ଷଙ୍କ ଦାୟିତ୍ୱ ହେଉଛି କଲେଜକୁ ସୁରକ୍ଷା ଦେବାଲାଗି ହେଲେ ଏଠି ଅଧକ୍ଷ ସୁରକ୍ଷା ଦେବେ କଣ କଲେଜ ପଡିଆରୁ ମାଟି ଉଠା ଯାଇ ରାସ୍ତା କାମରେ ଲାଗୁଛି ହେଲେ ଅଧକ୍ଷ ଚୁପ୍ କାହିଁକି ? ଅଧକ୍ଷ ଏବଂ ଠିକାଦାରଙ୍କ ସହ ଭିତିରିଆ କିଛି ବୁଝାମଣା ହୋଇଛି କି ? ସାଧାରଣରେ ଚର୍ଚ୍ଚାର ବିଷୟ ସାଜିଛି | ଯଦି କିଛି ଭିତିରିଆ ବୁଝାବଣା ହୋଇନି ଅଧକ୍ଷ ଚୁପ୍ କଣ ପାଇଁ ଉକ୍ତ ଠିକାଦାରଙ୍କ ଉପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ କଣ ପାଇଁ ନେଉନାହାନ୍ତି | କମ୍ ଖର୍ଚ୍ଚରେ ଅଧିକ ମୁନାଫା ଆଶାରେ ରାସ୍ତା ନିମନ୍ତେ କଲେଜ ପଡିଆରୁ ଉଠୁଥିବା ମାଟି ସହ ବେଣା(ଘାସ) ପକାଇ ରାସ୍ତା କାର୍ଯ୍ୟ କରୁଛି ଠିକା ସଂସ୍ଥା ସେ ପୁଣି ରବିବାର ଛୁଟି ଦିନରେ ଏଭଳି ନିମ୍ନମାନର କାମ ଉପରେ କୌଣସି ବିଭାଗୀୟ ଯନ୍ତ୍ରୀଙ୍କର ନଜର ପଡୁନି କେମିତି ଆଲୋଚନାର ବିଷୟ ସାଜିଛି | ଗାର୍ଡୱାଲ୍ ର ପାର୍ଶ୍ୱରୁ ମାଟି ପକାଇବା ବଦଳରେ ଠିକାଦାର ମାଟି ଉଠାଇ ନେବାରୁ ଗାର୍ଡୱାଲ୍ ଟି ଭୁଶୁଡି ଯିବାର ସମ୍ଭାବନା ଅଛିବୋଲି ଲୋକେ କହିଛନ୍ତି | ନିମ୍ନମାନର ରାସ୍ତା କାର୍ଯ୍ୟ ଚାଲିଥିବାବେଳେ ଏସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ଜେନାଙ୍କୁ ପଚାରିବାରୁ କଲେଜ ପଡ଼ିଆରୁ ବେଆଇନ୍ ଭାବେ ମାଟି ଉତ୍ତୋଳନ ପାଇଁ ଠିକାଦାରଙ୍କୁ କୁହାଯାଇନାହିଁ ଏବଂ ବେଣା ଘାସ ମିଶା ମାଟି ପକାଇଥିବାରୁ ଏହାର ତଦନ୍ତ କରାଯିବ ବୋଲି କହିଥିଲେ । କାହାରି ଅନୁମତି ନଥାଇ କିଭଳି ଉକ୍ତ ଠିକା ସଂସ୍ଥା କଲେଜ ପଡିଆକୁ ଖୋଳି ମାଟି ରାସ୍ତା କାମରେ ଲଗାଉଛି ବୋଲି କଲେଜର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳଙ୍କୁ ପଚାରିବାରୁ ତାଙ୍କୁ ଏ ବିଷୟରେ ଜଣାନାହିଁ ବୋଲି କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି କି କଲେଜ ପଡିଆରୁ ମାଟି ଉଠି କଲେଜ ରାସ୍ତା କାର୍ଯ୍ୟରେ ଲାଗୁଛି ହେଲେ ଅଧକ୍ଷଙ୍କୁ କିଭଳି ଜଣାନାହିଁ | ଏଠି ଭିତିରି ବୁଝାବଣାରେ କଲେଜ ପଡିଆରୁ ମାଟି ଉଠି କାର୍ଯ୍ୟ ହେଉନିତ ? ଏହାର ଉପରିସ୍ଥ ତଦନ୍ତ ହେବା ନିହାତି ଦରାକର ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି | ଖାଲି ଦେଖିବାକୁ ବାକି ରହିଲା ଉଚ୍ଚ ଶିକ୍ଷା ବିଭାଗ, ଜିଲ୍ଲାପାଳ, ଖଣି ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଜୟଚଣ୍ଡୀ ଉଚ୍ଚତର ବିଦ୍ୟାଳୟର ଅଧକ୍ଷ ଏବଂ ଉକ୍ତ ଠିକାଦାରଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି |

Related Posts

About The Author

Add Comment