କରୋନା ସଂକ୍ରମିତ ମାଓବାଦୀ ଆତ୍ମ ସମର୍ପଣ କରନ୍ତୁ : ସମସ୍ତ ଚିକିତ୍ସା ଖର୍ଚ୍ଚ ଦାୟିତ୍ୱ ପୋଲିସ ବହନ କରିବ

Spread the love

କନ୍ଧମାଳ, ୨୨/୫/୨୦୨୧ (ସନ୍ଧାନ ନିଉଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ କେକେବିଏନ୍‌ (କନ୍ଧମାଳ-କୋରାପୁଟ-ବଂଶଧାରା-ନାଗାବଳି) ମାଓ ଡିଭିଜନ୍‌ ସକ୍ରିୟ ରହିଛି। ସଂଗଠନର ଅନେକ ସଦସ୍ୟ କରୋନା ସଂକ୍ରମିତ ଥିବା ଏବଂ ସେମାନଙ୍କ ଦ୍ୱାରା ଗ୍ରାମାଞ୍ଚଳ ଆଦିବାସୀଙ୍କୁ ସଂକ୍ରମିତ କରିବା ଆଶଙ୍କା ମଧ୍ୟ ରହିଛି। ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଉପରେ ରୋକ୍‌ ଲଗାଇବା, ମାଓବାଦୀଙ୍କୁ କରୋନାରୁ ସୁରକ୍ଷା ଦେବା ଓ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ନିବେଦନ କରାଯାଇଛି। ମାଓ ସଂଗଠନରେ ଯେଉଁମାନେ କରୋନା ଆକ୍ରାନ୍ତ ହୋଇଥିବେ, ସେମାନେ ଆତ୍ମସମର୍ପଣ କଲେ ସେମାନଙ୍କ ସମସ୍ତ ଚିକିତ୍ସା ଦାୟିତ୍ବ ଓ ଖର୍ଚ୍ଚ ପୁଲିସ ପ୍ରଶାସନ ବହନ କରିବ ବୋଲି ଘୋଷଣା କରାଯାଇଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ‌ଗୋଚ୍ଛାପଡ଼ା, ତୁମୁଡ଼ିବନ୍ଧ ବ୍ଲକ୍‌ ବେଲଘର, ଝିରିପାଣି ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ରହିଛନ୍ତି। ଏସବୁ ଅଞ୍ଚଳରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏ ଭଳି ସ୍ଥଳେ ମାଓ ସଂଗଠନର ସଦସ୍ୟମାନେ ଯଦି କରୋନା ସଂକ୍ରମିତ ହୋଇଥାନ୍ତି, ସେମାନେ ଆତ୍ମସମର୍ପଣ କରିବାକୁ ଜିଲ୍ଲା ପୁଲିସ ନିବେଦନ କରିଛି। ନିକଟରେ ଛତିଶଗଡ଼ରେ ଅନେକ ମାଓବାଦୀ କରୋନା ସଂକ୍ରମିତ ହୋଇଥିବା କଥା ସେଠାକାର ପୁଲିସ ପ୍ରଶାସନ ସୂଚନା ଦେଇଥିଲା।

Related Posts

About The Author

Add Comment