କରୋନା ପାଇଁ ୫ଟି ଜିଲ୍ଲାରେ ୧୪୪

Spread the love

ଭୁବନେଶ୍ଵର, ୧୬/୦୩ (ସନ୍ଧାନ ନିୟୁଜ) : ଓଡିଶାରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ନିମନ୍ତେ ରାଜ୍ୟର ୫ଟି ଜିଲ୍ଲାରେ ଆଜି ୧୪୪ ଧାରା ଜାରି କରାଯାଇଛି। ଏହି ଜିଲ୍ଳା ଗୁଡିକ ହେଲା ଭଦ୍ରକ, କେନ୍ଦୁଝର, ଯାଜପୁର,ଢ଼େଙ୍କାନାଳ ଓ ବଲାଙ୍ଗୀର।

ସୋମବାର ଠାରୁ ଭଦ୍ରକ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରି ଦିଆଯାଇଥିବା ବେଳେ ସଭା ଶୋଭାଯାତ୍ର ଉପରେ ଲଗାଯାଇଛି କଟକଣା। ବିଭିନ ସପିଙ୍ଗ ମଲରେ ଗହଳି ଉପରେ ରୋକ ଲଗାଯାଇଛି। କରନା ସଚେତନତା ପାଇଁ ମାଇକ୍ ଯୋଗେ ପ୍ରଚାର କରାଯାଉଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସତନ୍ତ୍ର କରୋନାୱାର୍ଡ ମଧ୍ୟ ଖୋଲା ଯାଇଛି ।

ସେହିପରି ଯାଜପୁରରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ନେଇଛି ପଦକ୍ଷେପ। ଆସନ୍ତା ୨୧ରେ ହେବାକୁ ଥିବା ମହା ବାରୁଣୀ ସ୍ନାନ ଯାତ୍ରାକୁ ରଦ୍ଦ କରିଦିଆଯାଇଛି। ସଂପୃକ୍ତ ଅଂଚଳରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଜିଲ୍ଲାରେ ମଧ୍ୟ ଏହି ୧୪୪ ଧାରା ବଳବତ୍ତର ରହିଛି। ନିୟମ ଉଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ ମା’ ବିରଜାଙ୍କ ମନ୍ଦିରକୁ ବିଭିନ୍ନ ରାଜ୍ୟରୁ ଦୈନିକ ବହୁ ସଂଖ୍ୟାକ ଶ୍ରଦ୍ଧାଳୁ ଆସିଥାନ୍ତି। ପ୍ରଶାସନ ନିଷ୍ପତ୍ତି ନେଇଛି ବାହାର ରାଜ୍ୟର ଆସୁଥିବା ପର୍ଯ୍ୟଟକଙ୍କ ଗାଡିକୁ କୁଆଖିଆ ଠାରୁ ଫେରାଇ ଦିଆଯିବ। ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର କରୋନା ୱାର୍ଡ ପ୍ରସ୍ତୁତ ରହିଛି। ଯାଜପୁର ରୋଡ ଶିଳ୍ପାଞ୍ଚଳ, ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ଓ ଏକାଧିକ ବ୍ୟକ୍ତି ଏକତ୍ରିତ ହେଉଥିବା ସ୍ଥାନମାନଙ୍କ ଉପରେ ନଜର ରଖାଯାଇଛି।

Related Posts

About The Author

Add Comment