କରୋନା କଟକଣାକୁ ଫୁ କରି ଉଡାଇଦେଲେ ଭଦ୍ରକ ସହରବାସୀ

Spread the love

ଭଦ୍ରକ, ୦୩/୫/୨୦୨୧ (ସନ୍ଧାନ ନିଉଜ) : ଦୁଇଦିନର ସପ୍ତାହାନ୍ତ ସଟଡାଉନ୍ ପରେ ଆଜି ଭଦ୍ରକ ସହରରେ ଏଭଳି ଭିଡ ପରିଲକ୍ଷିତ ହୋଇଥିଲା ଯେ ବାଧ୍ୟହୋଇ ନିୟନ୍ତ୍ରଣ ହୀନ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା ରାସ୍ତାକୁ ଓହ୍ଲାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ପ୍ରୟାସ କରିଥିଲେ । ତେବେ ଆଜିଭଳି ପରିସ୍ଥିତି କେବେ ମଧ୍ୟ ଦେଖାଯାଇନଥିଲା । ଦୁଇଦିନର ସଟ୍‌ଡାଉନ୍ ଓ ଆଗକୁ ଲକ୍‌ଡାଉନ୍ ଲାଗୁ ହେବା ପୂର୍ବରୁ ଆଜିର ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଅପର୍ତ୍ତିବିନ୍ଧା ଛକରୁ ଚାନ୍ଦବାଲି ବାଇପାସ୍ ପର୍ଯ୍ୟନ୍ତ ଯେଭଳି ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଥିଲା, ତାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ । ଏଭଳି ଭୟଙ୍କର ପରିସ୍ଥିତି ଜନିତ ଟ୍ରାଫିକ୍ ସମସ୍ୟା ଭିତରେ ରହିଯାଇଥିଲା ଶହ ଶହ ଗାଡି । ବାଇକ୍ ଠାରୁ ଆରମ୍ଭ କରି ଚାରିଚକିଆ ଯାନ, ଏପରିକି ଆମ୍ବୁଲାନ୍ସକୁ ମଧ୍ୟ ଯିବାପାଇଁ ରାସ୍ତା ମିଳିନଥିଲା । ଫଳରେ ଏହି ଖବର ପାଇ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା ନିଜେ ରାସ୍ତାକୁ ଆସି ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଅସମ୍ଭାଳ ପରିସ୍ଥିତିକୁ ଦେଖି ବହୁ ଟ୍ରାଫିକ୍ ପୁଲିସ୍ ଓ କନେଷ୍ଟବଳ ମାନେ ଲାଠି ଧରି ଯାନବାହନ ଚଳାଚଳର ପ୍ରୟାସ କରିଥିଲେ ମଧ୍ୟ ତାହା ନିୟନ୍ତ୍ରଣକୁ ଆସିବାକୁ ଦୀର୍ଘ ସମୟ ଲାଗିଥିଲା । ଏଭଳି ଟ୍ରାଫିକ୍ ସମସ୍ୟାକୁ ସମାଧାନ କରିବା କ୍ଷେତ୍ରରେ କେବଳ ପୁଲିସ୍ ନୁହଁ, ସ୍ଥାନୀୟ ବହୁ ଯୁବକ ମାନେ ମଧ୍ୟ ସେମାନଙ୍କ ସହ ସାମିଲ ହୋଇଥିଲେ ।

Related Posts

About The Author

Add Comment