ନୂଆଦିଲ୍ଲୀ, ୨୭/୦୧/୨୦୧୨ (ସନ୍ଧାନ ନିଉଜ) : କରୋନା ଭାଇରସ୍ ପୁଣି ଏକ ନୂଆ ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବବ୍ୟାପୀ ୩୪ ଲକ୍ଷ ୬୨ ହଜାର ୩୧୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୧ ଲକ୍ଷ ୨ ହଜାର ୬୧୨ ଜଣ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ୧୦,୧୨୬ ଜଣଙ୍କର ମୃତ୍ୟୁ ହୋଇଛି।
ଭାରତ ସମେତ ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ସ୍ପେନ ଓ ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୩୬ କୋଟି ୨୮ ଲକ୍ଷ ୩୮ ହଜାର ୪୦୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ସଂକ୍ରମଣରୁ ୨୮ କୋଟି ୬୭ ଲକ୍ଷ ୩0୦ ହଜାର ୨୮ ଜଣ ସୁସ୍ଥ ହୋଇସାରିଛନ୍ତି। କରୋନାରେ ୫୬ ଲକ୍ଷ ୪୪ ହଜାର ୬୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ କୋଟି ୪ ଲକ୍ଷ ୬୩ ହଜାର ୭୩୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୬ ହଜାର ୪୯ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୨ କୋଟି ୪୫ ଲକ୍ଷ ୫୩ ହଜାର ୯୫୦ ସଂକ୍ରମିତ, ୬ ଲକ୍ଷ ୨୪ ହଜାର ୫୦୭ ମୃତ
ଫ୍ରାନ୍ସ: ୧ କୋଟି ୭୭ ଲକ୍ଷ ୩୦ ହଜାର ୫୫୬ ସଂକ୍ରମିତ, ୧ ଲକ୍ଷ ୨୯ ହଜାର ୭୪୭ ମୃତ
ବ୍ରିଟେନ: ୧ କୋଟି ୬୧ ଲକ୍ଷ ୪୯ ହଜାର ୩୧୯ ସଂକ୍ରମିତ, ୧ ଲକ୍ଷ ୫୪ ହଜାର ୭୦୨ ମୃତ
ରୁଷିଆ: ୧ କୋଟି ୧୩ ଲକ୍ଷ ୧୫ ହଜାର ୮୦୧ ସଂକ୍ରମିତ, ୩ ଲକ୍ଷ ୨୮ ହଜାର ୧୦୫ ମୃତ
ତୁର୍କୀ: ୧ କୋଟି ୧୧ ଲକ୍ଷ ୬୭ ହଜାର ୯୨୭ ସଂକ୍ରମିତ, ୮୬ ହଜାର ୪୮୭ ମୃତ
ଇଟାଲି: ୧ କୋଟି ୩ ଲକ୍ଷ ୮୩ ହଜାର ୫୬୧ ସଂକ୍ରମିତ, ୧ ଲକ୍ଷ ୪୪ ହଜାର ୭୭୦ ମୃତ
ସ୍ପେନ: ୯୫ ଲକ୍ଷ ୨୯ ହଜାର ୩୨୦ ସଂକ୍ରମିତ, ୯୨ ହଜାର ୫୯୧ମୃତ
ଜର୍ମାନୀ: ୯୧ ଲକ୍ଷ ୪୫ ହଜାର ୨୭୪ ସଂକ୍ରମିତ, ୧ ଲକ୍ଷ ୧୭ ହଜାର ୮୮୩ ମୃତ
ଆର୍ଜେଣ୍ଟିନା: ୮୧ ଲକ୍ଷ ୩୦ ହଜାର ୨୭ ସଂକ୍ରମିତ, ୧ ଲକ୍ଷ ୨୦ ହଜାର ୧୯ ମୃତ