କରମଣ୍ଡଳ ଏକ୍ସପ୍ରେସର ଜେନେରାଲ ବଗିରୁ ମୃତ ଦେହ ଉଦ୍ଧାର

Spread the love

ଭଦ୍ରକ, ୧୦/୧୧ (ସନ୍ଧାନ ନିଉଜ) : ଭଦ୍ରକରେ ରେଳବାଇ ପୁଲିସ (ଜିଆରପି) ରବିବାର ଅପରାହ୍ନରେ ଡାଉନ୍‌ ଟ୍ରେନ କରମଣ୍ଡଳ ଏକ୍ସପ୍ରେସ ଜେନେରାଲ ବଗିରୁ ମୃତଦେହ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ରାଜ୍ୟର ଗାଜିପୁର ଜିଲ୍ଲା ଅଞ୍ଚଳର ଚନ୍ଦ୍ର ଦେବଙ୍କର ପୁତ୍ର ସୁରେନ୍ଦ୍ର ୩୮ରାଜମଣ୍ଡରି ପେପର ମିଲ ନିକଟରେ ଏକ ବାଲି ଖାଦାନରେ ୫ବର୍ଷ ହେଲା ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କିଛି ଦିନ ତଳେ ସୁରେନ୍ଦ୍ରର ପେଟରେ ଯନ୍ତ୍ରଣା ହେବାରୁ ଡାକ୍ତର ଦେଖେଇ ଥିଲେ । ଡାକ୍ତର ସମସ୍ତ ପରୀକ୍ଷ କରିବା ପରେ ତାଙ୍କ ଲିଭରରେ ହୋଲ୍‌ ହୋଇଛି ଏହି ହୋଲର ଅସ୍ତ୍ରୋପଚାର କରିବାକୁ ପଡ଼ିଛି। ଏଥିପାଇଁ ୩୦,୦୦୦ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ ।

ଏତେ ଟଙ୍କା ଯୋଗାଡିବା ତାଙ୍କ ପକ୍ଷେ ସମ୍ଭବ ହୋଇ ନପାରିବାରୁ ଘରକୁ ଫେରି ଯିବାକୁ ସୁରେନ୍ଦ୍ର ମନସ୍ଥ କରିଥିଲେ। ଭିଣେଇ ରାମନାରାୟଣଙ୍କ ସହିତ ସୁରେନ୍ଦ୍ର ରାଜମଣ୍ଡରିରୁ ଟ୍ରେନ ଯୋଗେ କରମଣ୍ଡଳ ଏକ୍ସପ୍ରେସରେ ଗାଜିପୁର ଯାଉଥିଲେ। କଟକ ଷ୍ଟେସନ ପରେ ସୁରେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । ଟ୍ରେନରେ କିଛି ଯାତ୍ରୀ ଏହି ମୃତ୍ୟୁ ଘଟଣା ସମ୍ପର୍କରେ ଟିଟିଙ୍କୁ ଜଣାଇବା ପରେ ଟିଟି ଭଦ୍ରକ ଷ୍ଟେସନ ମାଷ୍ଟରଙ୍କୁ ଫୋନ୍‌ରେ ଏହି ଘଟଣା ବିଷୟରେ ଜଣାଇ ଜଣାଇଥିଲେ । ଭଦ୍ରକରେ ରେଳବାଇ ପୁଲିସ ଏଏସ୍‌ଆଇ ଇନ୍ଦୁମତୀ ଶୁକ୍ଳ ଶବକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବବେବଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି।

Related Posts

About The Author

Add Comment