କପିଳେଶ୍ୱର କ୍ରିକେଟ ଟୁର୍ଣ୍ଣମେଣ୍ଟ : ଯାଜପୁର ରୋଡ ଚମ୍ପିୟାନ

Spread the love

ଜେନାପୁର, ୨୭/୧/୨୦ (ସନ୍ଧାନ ନିଉଜ) : ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୃନ୍ଦାଦେଇପୁର ଦଣ୍ଡଷଣା ଖେଳପଡିଆରେ ୧୫ଦିନ ଧରି ଚାଲିଥିବା କପିଳେଶ୍ୱର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସାଇ ଇଲେଭେନ ଷ୍ଟାର (ଚଣ୍ଡିଖୋଲ)କୁ ପରାସ୍ତ କରି ଟାଇଗର ଇଲେଭେନ ଷ୍ଟାର (ଯାଜପୁର ରୋଡ) ଚମ୍ପିୟାନ ଆଖ୍ୟ ଅର୍ଜାନ କରିଛି । ରବିରାର ସାଧାରଣତନ୍ତ୍ର ଦିବସ ଛୁଟିଦିନରେ ଆୟୋଜିତ ହୋଇଥିବା ଏହି ଚିତାକର୍ଷକ ଫାଇନାଲ ମ୍ୟାଚରେ ସାଇ ଇଲେଭେନ ୧୮ ଓଭର ବିଶିଷ୍ଟ ମ୍ୟାଚରେ ନିଜର ସମସ୍ତ ୱିକେଟ ହରାଇ ୧୨୦ରନ ସଂଗ୍ରହ କରିଥିଲା । ଜବାବରେ ଟାଇଗର ଇଲେଭେନ ଯାଜୁପୁର ରୋଡ ନିର୍ଦ୍ଧାରିତ ରନକୁ ପିଛାକରି ୧୨ ଓଭରରେ ୪ୱିକେଟ ହରାଇ ୧୨୫ରନ କରିବା ସହିତ ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ପ୍ରଦ୍ୟୁମ୍ନ ସ୍ୱାଇଁ ୧୩ବଲରେ ୭ଛକା ସହିତ ୫୭ରନ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅଶୋକ ରାଉତ ୪ଟି ମ୍ୟଚରେ ୨ଟି ଶତକ ସହିତ ୩୧୫ରନ କରି ମ୍ୟାନ ଅଫ ଦି ସିରିଜ ଟ୍ରଫି ହାସଲ କରିଥିଲେ । ଆଜିର ଫାଇନାଲ ମ୍ୟାଚ କ୍ରୀଡାଉସôବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଜେନାପୁର ଥାନାଧିକାରୀ ଶୁସାନ୍ତ କୁମାର ଦାସ ଯୋଗଦେଇ ବିଜୟୀ ଦଳକୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରି କହିଥିଲେ ଯେ ଖେଳରେ ହାରିବା ଜିତିବା ବଡ କଥା ନୁହେଁ । ଖେଳୁଆଡ ମନୋଭାବ ନେଇ ଖେଳିବା ସର୍ବଦା ଉଚିତ । ଖେଳ ଦ୍ୱାରା ସମ୍ପର୍କ ଯୋଡି ହୋଇଥାଏ ବୋଲି କହିଥିଲେ । ସମ୍ମାନୀୟ ଅତିଥି ଭାବରେ ଜେନାପୁର ମହାବିଦ୍ୟାଳୟର ପ୍ରକ୍ତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବରାଳ ଯୋଗ ଦେଇଥିଲେ । ପଂଚାୟତର ସରପଂଚ ରାଜଶ୍ରୀ ପରିଡା, ଫକୀର ଭୁୟାଁ, ପଦ୍ମନାଭ ସାହୁ, ସୂଦର୍ଶନ ପାତ୍ର, ସୁବାସିନ ବେହେରା, ମାଧବାନନ୍ଦ ସାହୁ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଫାଇନାଲ ମ୍ୟାଚର ଖେଳକୁ ବଳରାମ ଦାସ, ଲାଲ ମୋହନ ଶତପଥି ପରିଚାଳନା କରିଥିଲେ

Related Posts

About The Author

Add Comment