ଭୁବନେଶ୍ୱର ୨୫/୦୪ (ସନ୍ଧାନ ନିଉଜ) ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ବଢୁଥିବାବେଳେ କେଉଁ ବୟସର ବ୍ୟକ୍ତିଙ୍କ ପାଇଁ କରୋନା ବିପଦ ଆଣିପାରେ, ତାହାର ପରିସଂଖ୍ୟନ ବୁଝାଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଯେଉଁମାନଙ୍କ ବସୟ ୬୦ ବର୍ଷରୁ ଅଧିକ ରହିଛି । କରୋନା ସହ ଲଢୁଥିବା ଅନ୍ୟଦେଶମାନଙ୍କ ଅନୁଭୂତିରୁ ତର୍ଜମା କରାଯାଉଛି ଯେ, ଯଦି ୪୦-୫୦ ବର୍ଷ ବୟସରେ ହଜାର ଜଣ ଆକ୍ରାନ୍ତ ହୁଅନ୍ତି ସେଥିମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଅଶଙ୍କା ରହିଥାଏ । କିନ୍ତୁ ଯଦି ୫୦-୬୦ ବର୍ଷ ବୟସରେ ହଜାର ଜଣ ଆକ୍ରାନ୍ତ ହୁଅନ୍ତି ତାହାହେଲେ ୧୨.୫ ପ୍ରତିଶତ ମୃତ୍ୟୁ ଆଶଙ୍କା ବଢ଼ିଯାଏ । ଯଦି ୬୦ ବର୍ଷ ବୟସରେ ହଜାର ଜଣ ଆକ୍ରାନ୍ତ ହୁଅନ୍ତି ତେବେ ୪୦ ଜଣଙ୍କର ମୃତ୍ୟୁ ଆଶଙ୍କା ରହିଥାଏ । ଆଉ ୭୦-୮୦ ବର୍ଷ ବୟସରେ ଯଦି ହଜାର ଜଣ ଆକ୍ରାନ୍ତ ହୁଅନ୍ତି ସେଥିମଧ୍ୟରୁ ୮୬ ଜଣଙ୍କର ମୃତ୍ୟୁ ଆଶଙ୍କା ରହିଥାଏ । ହେଲେ ସବୁଠାରୁ ଚିନ୍ତାଜନକ ବିଷୟ ହେଲା କି, ଯଦି ୮୦ ବର୍ଷରୁ ଅଧିକ ବୟସ୍କରେ ହଜାର ଜଣ ଆକ୍ରାନ୍ତ ହୁଅନ୍ତି ତାହାହେଲେ ସେଥିମଧ୍ୟରୁ ୧୩୪ ଜଣଙ୍କର ମୃତ୍ୟୁ ଆଶଙ୍କା ରହିଥାଏ । ତେଣୁ ଓଡ଼ିଶାର ଜନସଂଖ୍ୟା ସାଢ଼େ ଚାରି କୋଟି ଏବଂ ସେଥିରୁ ପ୍ରାୟ ୧୦ ପ୍ରତିଶତ ବା ୪୫ ଲକ୍ଷ ବୟସ୍କ ନାଗରିକ ରହିଛନ୍ତି । ଆଉ ରାଜ୍ୟରେ ମୋଟ୍ ୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୧.୭ ପ୍ରତିଶତ ବୟସ୍କ ବ୍ୟକ୍ତି ଯେଉଁମାନଙ୍କ ବୟସ ୬୦ରୁ ଉଦ୍ଧ୍ୱର୍ ସେମାନଙ୍କ ଦେହରେ କରୋନା ବାହାରିଛି ।
କ’ଣ କଲେ ରୋକି ହେବ ସଂକ୍ରମଣ?
|
April 25, 2020 |



