ଓ.ଏ.ଏସ୍‌. ଅଧିକାରୀଙ୍କ ସୁରକ୍ଷା ପାଇଁ ଦାବି ପତ୍ର ପ୍ରଦାନ

Spread the love

ଯାଜପୁର, ୧୩/୦୫ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଳ୍‌ାରେ କାର୍ଯ୍ୟରତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ମାନଙ୍କର ସୁରକ୍ଷା ପାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ଏକ ସ୍ମାରକ ପତ୍ର ଜିଲ୍ଳ୍‌ାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଚ୍ଥି । ରାଜ୍ୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ ନିର୍ବାହ ସହ କରୋନା ପରିଚାଳନା ସମୟରେ ଅଧିକାରୀ ମାନଙ୍କ ଉପରେ ଆକ୍ରମଣର ଘଟଣା ଘଟୁଚ୍ଥି । ଯାହାକି ଅତ୍ୟନ୍ତ ଉଦ୍‌ବେଗ ଜନକ ଘଟଣା । ନିଜକୁ ଅସୁରକ୍ଷିତ ଭାବେ କାର୍ଯ୍ୟ କରିବା କଷ୍ଟକର ବ୍ୟାପାର ବୋଲି ପ୍ରଶାସନିକ ଅଧିକାରୀ ମାନେ ଅନୁଭବ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦପାଂ ଦାବି ସମ୍ୱଳିତ ଦାବି ପତ୍ର ପ୍ରଦାନ କରିଚ୍ଥନ୍ତି । ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ମାନଙ୍କୁ ଜଣେ ଲେଖାଏଁ ପି.ଏସ୍‌.ଓ. ବା ସୁରକ୍ଷା କର୍ମୀ ଯୋଗାଣ, ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଡ୍ୟୁଟି ବା ଅଇନଗତ କାର୍ଯ୍ୟାନୁଷ୍ଠାନର ଡ୍ୟୁଟି ସମୟରେ ପୋଲିସ ପୋଂର୍ସ ଉପସ୍ଥିତ ରହିବା, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ଙ୍କ ମୈାଖିକ ବା ଲିଖିତ ଆଦେଶ ବଳରେ ପୋଲିସ ସୁରକ୍ଷା ଯୋଗାଇ ଦେବା, କୈାଣସି ବ୍ୟକ୍ତିଙ୍କ ମୈାଖିକ ବା ଶାରିରୀକ ଅସଦାଚରଣ ଘଟଣାରେ ଅପରାଧିଙ୍କ ମାମଲା ବା କ୍ରିମିନାଲ ଅପେଂନ୍ସ ଭାବେ ଗ୍ରହଣ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଚ୍ଥି । ସୋମବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଳ୍‌ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଙ୍କୁ ଓ.ଏ.ଏସ୍‌. ସଂଘ ପକ୍ଷରୁ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଚ୍ଥି । ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ଜିଲ୍ଳ୍‌ା ଓ.ଏ.ଏସ୍‌. ସଂଘର ସଭାପତି ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି, ଯାଜପୁର ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ, ବ୍ୟାସନଗର ତହସିଲଦାର ଡଃ ଶରତ ଚନ୍ଦ୍ର ମହାପାତ୍ର, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ଅସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment