ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୯୦ – ଭଦ୍ରକ ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

Spread the love

ଭୁବନେଶ୍ୱର, ୨୪/୦୪ (ସନ୍ଧାନ ନିଉଜ) ଆଜି ଭଦ୍ରକ ଜିଲ୍ଲାରୁ ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ପଶ୍ଚିମବଙ୍ଗ ଫେରନ୍ତା। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତ ହେଉଛନ୍ତି ଭଦ୍ରକ ଜିଲ୍ଲାର ବାସୁଦେବପୁରର। ସେ ୪୦ ବର୍ଷୀୟ ଯୁବକ। ତେବେ ଭଦ୍ରକ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିବାବେଳେ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ତେବେ ବାସୁଦେବପୁରର ବ୍ରାହ୍ମଣୀଗାଁ ଓ ଅରଣ୍ଡୁଆ ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛି ପ୍ରଶାସନ। ଏହାଛଡ଼ା ବାସୁଦେବପୁର ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଞ୍ଚିଛି।


I & PR Department, Odisha

@IPR_Odisha

First Health Update, 24th April, 2020

One New Positive case in Bhadrak

40 Years Male.
(West Bengal Returnee)

Contact tracing and followup action is being done.

Total no of Positive Cases: 90

Related Posts

About The Author

Add Comment