ଓଡ଼ିଶାରେ କରୋନା ସଂକ୍ରମଣ ହାର କମ୍ : ଶାଳିନୀ ପଣ୍ଡିତ
ଓଡ଼ିଶାରେ କରୋନା ସଂକ୍ରମଣ ହାର କମ୍ : ଶାଳିନୀ ପଣ୍ଡିତ
Sandhan News |
April 16, 2020 |

ଭୁବନେଶ୍ୱର, ୧୬/୦୪/୨୦ (ସନ୍ଧାନ ନିଉଜ) : ଓଡ଼ିଶାରେ କରୋନା ସଂକ୍ରମଣ ହାର ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି। ଏହାର ଏକମାତ୍ର କାରଣ ହେଉଛି ଆମେ ଲକଡାଉନ୍ ନିୟମ ମାନିଛେ। ରାଜ୍ୟରେ ସଂକ୍ରମଣ ହାର ମାତ୍ର ୧.୦୮ ରହିଛି। ତେବେ ଏତିକିରେ ଖୁସୀ ହେବା ଅନୁଚିତ। କରୋନା ସଂକ୍ରମଣ ଧାରାକୁ ସଂପୂର୍ଣ୍ଣ ଭାବେ ଆମକୁ ଲୋପ କରିବାକୁ ପଡ଼ିବ। ଆଜି ଏହା କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ।ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ ଓଡ଼ିଶା ଓ ଦେଶର ଏକ ତୁଳନାତ୍ମକ ତଥ୍ୟ ଉପସ୍ଥାପନ କରିଛନ୍ତି। ସେ କହିଲେ ଆମର ଜନସଂଖ୍ୟା ସାଢ଼େ ଚାରି କୋଟି। କିନ୍ତୁ ଲୋକସଂଖ୍ୟା ହାରରେ ଆମର ପଜିଟିଭ ସଂଖ୍ୟା ବହୁତ କମ। ରାଜ୍ୟରେ ଏପର୍ଯ୍ୟନ୍ତ ପାଖାପାଖି ୫ ହଜାର ୫୦୦ କରୋନା ନମୁନା ପରୀକ୍ଷା ହୋଇଛି ଓ ମାତ୍ର ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପରୀକ୍ଷା ହୋଇଥିବା ନମୁନାର ପାଖାପାଖି ୧୧ ପ୍ରତିଶତ, ତାମିଲନାଡୁରେ ୯ ପ୍ରତିଶତ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭାରତରେ ଏହା ହାରାହାରି ୫ ପ୍ରତିଶତ ରହିଛି। କିନ୍ତୁ ଓଡ଼ିଶାରେ ପ୍ରତି ୧୦୦ଟି ନମୁନା ଟେଷ୍ଟରେ ପଜିଟିଭ ସଂଖ୍ୟା ମାତ୍ର ୧.୦୮ ପ୍ରତିଶତ। ଅର୍ଥାତ ପରୀକ୍ଷା କରାଯାଇଥିବା ୧୦୦ ଜଣଙ୍କ ମଧ୍ୟରୁ ୧.୦୮ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି।
Related Posts
About The Author